ପଦ୍ମପୁର :- ରାଜ ବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମଗ୍ର ଶିକ୍ଷା ଆନୁକୁଲ୍ୟରେ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାରଙ୍କ ଏକ ପ୍ରୟାସ ଅନୁସାରେ ଚତୁର୍ଥ ଅଭିଭାବକ ଶିକ୍ଷକ ତଥା ପରିଚାଳନା କମିଟି ସଦସ୍ୟ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଆଜିକାର ସଭାରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ମାର୍ଗଦର୍ଶିକା ର ବିଭିନ୍ନ ବିନ୍ଦୁ ଉପରେ ଆଲୋଚନା କରିଥିଲେ। ଏହି ସଭାରେ ବରିଷ୍ଠ ଅତିଥି ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ବେହେରା, ପୂର୍ବତନ ଶିକ୍ଷକ ଶ୍ରୀ ଟିକେଲାଲ ସାହୁ, ଶ୍ରୀ ଚନ୍ଦ୍ରଭାନୁ ବଡ଼ଗୁଛିଆ ଉପସ୍ଥିତ ଥିଲେ। ହିନ୍ଦୀଶିକ୍ଷକ ଶ୍ରୀ ଲେଖ୍ରୂ ବାରିକ ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ଶ୍ରୀ ସୁରେଶ ପଟେଲ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post