(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ:ଗତ ତା ୮-୧-୨୫ ରେ ଘଟିଥିବା ଅନୀଲ ପଣ୍ଡାଙ୍କ ଉପରେ ଘଟିଥିବା ଆକ୍ରମଣ ଘଟଣାରେ ଆକ୍ରମଣକାରୀ ମାନଙ୍କୁ କ୍ଷମା କରିଦେଲେ ଶ୍ରୀ ପଣ୍ଡା |
ଖବର ନେବାରୁ ଜଣାପଡିଛି ଯେ, ଯେଉଁ ମାନେ ଏ କାଣ୍ଡ ଭିଆଇ ଥିଲେ, ସେମାନେ ଆଜି ସଂଧ୍ୟା ସମୟରେ ଅନୀଲ ପଣ୍ଡାଙ୍କ ଘର କୁ ଆସିଥିଲେ ଓ ସେମାନଙ୍କର ଭୁଲ୍ ସ୍ବୀକାର କରିଥିଲେ | ଆଉ ଶ୍ରୀ ପଣ୍ଡା ସେମାନଙ୍କୁ କ୍ଷମା କରିଦେଇଥିଲେ। ସେ କହିଥିଲେ, ଯେଉଁଠି ନ୍ୟାୟ ପାଇବା ଆଶାର କିରଣ ଅଛି, ସେଠାରେ ବିଦ୍ରୋହର ସ୍ଥାନ ନ ଥାଏ। ଉଭୟ ପକ୍ଷ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ପାଇଁ ନିଷ୍ପତ୍ତି ନେଲେ।
ଏଅଵସରରେ ଆଜି ଉପସ୍ଥିତ ଥିଲେ, ଯଜ୍ଞନାରା଼ୟଣ ଦାସ, ଶଙ୍କର ପ୍ରସାଦ ନାହାକ, ଜଗନ୍ନାଥ ଭୂୟାଁ, ପ୍ରଭାତୀ ବେହେରା, ଅଜିତ୍ କୁମାର ପଣ୍ଡା, ମନୋରଞ୍ଜନ ପ୍ରଧାନ, ସନ୍ତୋଷ କୁମାର ରାଉତ, ସନ୍ତୋଷ କୁମାର ମହାପାତ୍ର ତଥା ଅନ୍ୟାନ୍ୟ ପଞ୍ଚାୟତ ର ବିଜେପି ର ନେତା ଓ କର୍ମୀମାନେ।
ଯେଉଁ ମାନେ ଅନୀଲ ପଣ୍ଡା ଙ୍କ ବିରୁଦ୍ଧରେ ଥାନା ରେ ସ୍ବର ଉତ୍ତୋଳନ କରିଥିଲେ, ସେମାନେ ସର୍ଵ ସମ୍ମୁଖ ରେ ନିଜର ଦୋଷ ସ୍ଵୀକାର କରିଥିଲେ , ଏବଂ ଶ୍ରୀ ପଣ୍ଡାଙ୍କ କ୍ଷମାଶୀଳତା କୁ ଭୂୟସୀ ପ୍ରଶଂସା କରିଥିଲେ।
Sign in
Sign in
Recover your password.
A password will be e-mailed to you.