ଭଟଲି :- ଦଧିବାମନ ସ୍ନାତକ ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ଦ୍ୱିତୀୟ ଦିନ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଆଜିର କାର୍ଯ୍ୟକ୍ରମ ସଂପର୍କରେ ଏକ ଆଲୋଚନା କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ଭାରତର ବିକାଶରେ ପ୍ରବାସୀ ଭାରତୀୟମାନଙ୍କ ଯୋଗଦାନ” ବିଷୟ ଆଧାରିତ ଏକ ସଚେତନମୂଳକ ରେଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଅଧ୍ୟାପକ ବିଶ୍ୱଜିତ ହୋତା, ବିରାଟ ପଧାନ, ଅଜିତ ବାରିକ ଓ ଆଦିତ୍ୟ ସିଂ । ସହଯୋଗ କରିଥିଲେ ରସାନନ୍ଦ ସାହୁ, ରମାକାନ୍ତ ପ୍ରଧାନ, କୀର୍ତ୍ତିଚନ୍ଦ୍ର ବାଗ୍, ସନ୍ତୋଷ ବାଗ୍, ଉମେଶ ବନଛୋର । ଏହାପରେ ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ବିଭାଗର ଅଧିକାରୀ ଦୁର୍ଗାଶିଷ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଅନ୍ୟତମ ସାଂସ୍କୃତିକ ବିଭାଗର ଅଧିକାରୀ ନମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.