ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଭଗବାନ ମାଝୀ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ଓ ନିବେଦିତା ବିଶ୍ବାଳ, ବିଜେଡି ନେତା ଏମ ଆପ୍ପା ରାଓ ପ୍ରମୁଖ ମଞ୍ଚାଷିନ ଥିଲେ।ସମସ୍ତ ଅତିଥି ଙ୍କୁ ଫୁଲତୋଡ଼ା ଓ ଊତରୀୟ ଦେଇ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମୁଖ୍ୟ ଅତିଥି ଛାତ୍ରୀ ମାନଙ୍କୁ ଉଚ୍ଚ ଅଭିଳାଷ ରଖି ପାଠ ପଢ଼ିବାକୁ କହିଥିଲେ। ଶିକ୍ଷା,କ୍ରୀଡା,ସଙ୍ଗୀତ ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରୀ ମାନ ଙ୍କ ପାଇଁ ଆଜି ସ୍ୱତନ୍ତ୍ର ଦିନ କହିଥିଲେ। ଶିକ୍ଷା ସହ ଶାରୀରିକ କ୍ରୀଡା ର ଆବଶ୍ୟକତା ଉପରେ କହିଥିଲେ। ବିଭିନ୍ନ କ୍ରୀଡା,ସଙ୍ଗୀତ ପ୍ରତିଯୋଗିତା ରେ କୃତି ଛାତ୍ରୀ ମାନଙ୍କୁ ଅତିଥିଆନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ନାଟକ “ଦୁଃଖର ସାଥୀ ମୋବାଇଲ” ବେଶ୍ ମନ ମୁଗ୍ଧ କର ଥିଲା। ଶିକ୍ଷକ ମହେଶ୍ୱର ନାଥ ମଞ୍ଚ ପରିଚାଳନା କରିଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ କୀରଣମାଳା ତିର୍କି,ସହକାରି ଶିକ୍ଷୟତ୍ରୀ ଆରତୀ ବିଶୋଇ,ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post