ନବରଙ୍ଗପୁର ୯.୧.୨୫ : ଅଶୋକ ସାହୁ, ଶାସକ ପ୍ରଶାସକ: ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ନବରଙ୍ଗପୁର ନବୀନ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଆଜି ମରୁଡିର ସଫଳ ପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ମରୁଡି ପରିସ୍ଥିତି ର ସଫଳ ମୁକାବିଲା ପାଇଁ କୃଷି, ମତ୍ସ୍ୟ, ପଶୁସମ୍ପଦ ,ଉଦ୍ୟାନ, ଜଳ ବିଭାଜିକା, ଉଠା ଜଳସେଚନ, ମଧ୍ୟମ ଜଳସେଚନ, ଜଳସେଚନ, କୃଷି ବିଜ୍ଞାନ କେନ୍ଦ୍ର, ଜଙ୍ଗଲ ବିଭାଗ, ରାଜସ୍ୱ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ମାନଙ୍କ ସହାୟତାରେ ଜିଲ୍ଲା ସ୍ତରୀୟ ମରୁଡି ପରିଚାଳନା ଯୋଜନା ପ୍ରସ୍ତୁତି କରିବା ନିମନ୍ତେ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଚଳିତ ମାସ ୨୦ ତାରିଖ ସୁଦ୍ଧା ଆବଶ୍ୟକୀୟ ତଥ୍ୟ ଜିଲ୍ଲା ଜରୁରୀ କାଳୀନ ଉପ ବିଭାଗ କୁ ପ୍ରେରଣ କରିବା ପାଇଁ ଉପସ୍ଥିତ ଥିବା ପଦାଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ l ସମ୍ପୃକ୍ତ ବିଭାଗ ପକ୍ଷରୁ ତଥ୍ଯ ଆଦାୟ ପରେ ଜିଲ୍ଲା କାର୍ଯ୍ୟାଳୟ ସେହି ତଥ୍ଯ କୁ ଏକତ୍ରୀତ କରି ଏକ ଚୁଡାନ୍ତ ଯୋଜନା ପ୍ରସ୍ତୁତ କରି ଚଳିତ ମାସ ୩୧ ତାରିଖ ସୁଦ୍ଧା ଏକ ପୁସ୍ତକ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରିବା ପାଇଁ ନିଷ୍ପତ୍ତି ନିଆଗଲା l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପି ଭି ରାବଣା ରାଓ, ପ୍ରଣୟ କୁମାର ମନ୍ତ୍ରୀ, ବିଶ୍ଵଜିତ ସାହୁ, ଜିଲ୍ଲା ମୁଖ୍ୟ ପ୍ରଣିଧାନ ଅଧିକାରୀ ଡଃ ରାଧେ ଶ୍ୟାମ ଲାଇକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା ଚକ୍ରଧର ମିଶ୍ର, ଏ ସି ଏଫ ଦିବ୍ଯl ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦାହାଣ୍ଡି ରାମକୃଷ୍ଣ ନାୟକ, ଝରିଗାଁ ସୁନିତା ସିଂହ, ରାଇଘର ଲକ୍ଷ୍ମୀ ସାଗର ମାଝୀ ବରିଷ୍ଠ କୃଷି ବିଜ୍ଞାନୀ ଡଃ ଶଶାଙ୍କ ଲେଙ୍କା ଙ୍କ ସହିତ ସମ୍ପୃକ୍ତ ପଦାଧିକାରୀ ଏବଂ ସ୍ଵେଚ୍ଛାସେବୀ ସଂଗଠନ ସାହାରାର ମନୋଜ କୁମାର ଧଳ, ଗୌରୀ ଶଙ୍କର ପଟ୍ଟନାୟକ, ଏମ୍. ଡି .ଏସ. ଏସ .ର ସୁବ୍ରତ ମିଶ୍ର, ଜିଲ୍ଲା ଜରୁରୀ କାଳୀନ ବିଭାଗ ର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post