ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ଆଜି ଜିଲ୍ଲାପାଳଙ୍କ ସମ୍ମିଳ୍ଳନୀ କକ୍ଷରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କନ୍ୟା ଭୃଣ ହତ୍ୟା ନିରୋଧ ଆଇନର ଜିଲ୍ଲା ପରାମର୍ଶ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଅଧ୍ୟକ୍ଷତା କରିଥିଲେ I କନ୍ୟା ଭୃଣ ହତ୍ୟା ନିରୋଧ ଆଇନକୁ କଡାକଡି ପାଳନ କରିବା ପାଇଁ ତଦାରଖ କମିଟି ମାଧ୍ୟମରେ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକର ନିୟମିତ ଅନୁଧ୍ୟାନ ସହ ସମସ୍ତ ତଥ୍ୟର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇଛନ୍ତି I ତଥ୍ୟ ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ପରୀକ୍ଷା ଜିଲ୍ଲାର ବିଭିନ୍ନ ବ୍ୟକ୍ତିଗତ କ୍ଲିନିକ ଠାରୁ କମ ରହୁଥିବାରୁ ବୈଠକରେ ବିଶେଷ ଆଲୋଚନା କରାଯାଇଥିଲା। ପୁନଶ୍ଚ ଜିଲ୍ଲାରେ ଲିଙ୍ଗ ଅନୁପାତକୁ ବଜାୟ ରଖିବା ପାଇଁ ବିଭିନ୍ନ ବିଭାଗର ସମନ୍ୱୟ ତଥା ଜନ ସହାଭାଗିତାରେ ବ୍ୟାପକ ଜନ ସଚେତନତା ଗ୍ରହଣ କରିବା ପାଇଁ ଆଲୋଚନା ହୋଇଥିଲା। ତତସହ ଗତ ବୈଠକରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲ୍ଟ୍ରାସାଉଣ୍ଡ ମେସିନ ସ୍ଥାପନ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁ,ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସୋନପୁର ଡ଼ଃ ସୌମ୍ୟାରୁପା ରଥ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ)ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ , ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଡ଼ଃ ଦୁର୍ଗାଦତ୍ତ ଦାସ, ଏଡିପିଏଚଓ ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ , ଡ଼ଃ ଜିତାରାମ ବିଦ, ଡ଼ଃ ଅରବିନ୍ଦ ମହାପାତ୍ର, ଡ଼ଃ ଦିଲୀପ କୁମାର ପୁରୋହିତ,ଡି ସି ପି ଓ ଚତୁର୍ଭୁଜ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା , ସାମ୍ବାଦିକ ସ୍ୱାଧୀନ ମେହେର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଡି ପି ଏମ ବିଶ୍ୱମ୍ବର ବେହେରା, ଶୋଭନା ଦାସ ତଥା ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀଙ୍କ ସହ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.