ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ହନୁମାନ ବାଟିକା ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପ ସଭାପତି ଗୋଲକ ପ୍ରସାଦ ମହାପାତ୍ର ମୁଖ୍ୟ ବକ୍ତା ଭାବେ ସମ୍ପାଦକ ଶିକ୍ଷା ବିକାଶ ସମିତି ବାଲେଶ୍ଵର ବିଭାଗ ଅମୁଲ୍ୟ ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ଇଁ ଅଭୟ କୁମାର ସୁତାର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସର ରେ ସଭାପତି ଉପେନ୍ଦ୍ର ପ୍ରସାଦ ପାଢ଼ୀ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ପରିଚାଳନା ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାରଣା ଓ ପ୍ରଧାନ ଆଚାର୍ଯ୍ୟ ମଦନ ମୋହନ ମହାନ୍ତ ଉପସ୍ଥିତ ଥିଲେ। ବାର୍ଷିକ ବିବରଣୀ ପାଠ ସହ ବିଭିନ୍ନ କ୍ଷେତ୍ର ରେ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଛି। ଉପସ୍ଥିତ ଅତିଥି ମାନେ ପିଲା ଓ ଅଭିଭାବକ ମାନଙ୍କୁ ଗୁରୁ ଶିଷ୍ୟର ସମ୍ପର୍କ, କଠିନ ପରିଶ୍ରମ ବଳରେ ସଫଳତା ହାସଲ, ଉତ୍ତମ କ୍ୟାରିୟର ଗଠନ ଉପରେ ନିଜ ନିଜର ବକ୍ତବ୍ୟ ରେ ଆଲୋକ ପାତ କରିଥିଲେ। ଏହି ଅବସର ରେ ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୂମା ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ। ବିଦ୍ୟାମନ୍ଦିର ର ବିଦ୍ୟାର୍ଥୀ ଙ୍କ ସହ ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ରହି ଥିଲେ।
Sign in
Sign in
Recover your password.
A password will be e-mailed to you.