ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ

0

https://youtu.be/i2lkYxrKh1s 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନିୟନ୍ତ୍ରିତ ବଜାର କମିଟି ଠାରେ ଜିଲ୍ଲାସ୍ତରୀୟ ଖରିଫ ୨୦୨୪-୨୫ ଧାନ କ୍ରୟ ମଣ୍ଡିକୁ ଆଜି ( ମଙ୍ଗଳବାର) ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ଜି.ତିରୁପତି ରାଓ , ସଭାପତି ଜିଲ୍ଲାପରିଷଦ ଗଜପତି , ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ଆରକ୍ଷୀ ଅଧିକ୍ଷକ ଗଜପତି , ଶ୍ରୀ ଅନୁପ ପଣ୍ଡା , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି , ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା , ଜିଲ୍ଲା ଯୋଗାଣ ଅଧିକାରୀ ଗଜପତି ଓ ଶ୍ରୀଯୁକ୍ତ ହରିହର ସେଠ , ସହକାରୀ ନିବନ୍ଧକ ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲା କୃଷକ ସଙ୍ଘ ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପଟ୍ଟାୟକ ଅନ୍ୟ ଅତିଥି ଗଣ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ଅବସରରେ ଶ୍ରୀଯୁକ୍ତ ରେବତୀ ମୋହନ ରାଉତ , ସେକ୍ରେଟାରୀ , ସମବାୟ ସମିତି ପାରଳାଖେମୁଣ୍ଡି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ ୨୦୨୪-୨୫ ଖରିଫ ବର୍ଷରେ ଜିଲ୍ଳାର ୪୫ ଗୋଟି ମଣ୍ଡି ଖୋଲାଯାଇଛି ଓ ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି , ବୃହତ କାର କୃଷି ସମବାୟ କେନ୍ଦ୍ରରେ ଆଜି ଠାରୁ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା ରହିଛି। ଆସନ୍ତା ମାର୍ଚ୍ଚ ମାସ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଧାନ କ୍ରୟ କରିବା ପାଇଁ ଜିଲ୍ଲାପାଳ ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି।
ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ୮୪ ହାଜର କୁଣ୍ଠାଳ ଧାନ ସଂଗ୍ରହ କରିବା ପାଇଁ ଦାର୍ଯ୍ୟା ହୋଇଛି। ଧାନ କ୍ରୟ କରିବା ପାଇଁ ଜିଲ୍ଲାରେ ୧୫ ହଜାର ୪୯୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଧାନ କ୍ରୟ କରିସାରିଲା ପରେ ଡାଇରେକ୍ଟ ନିଜ ବ୍ୟାଙ୍କ ଖାତାକୁ ପଇସା ଜମା କରାଯିବ। ଧାନ କ୍ରୟ ସମୟରେ ବିଭାଗର ସମସ୍ତ କର୍ମଚାରୀ ସଚେତନତା ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚଳିତ ୨୦୨୪-୨୫ ଖରିଫ୍ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦/- ଟଙ୍କା ଧାର୍ଯ୍ୟ ରଖାଯାଇଛି। ଯଦି କୌଣସି ଚାଷୀ ଆପତ୍ତି ଅଭିଯୋଗ ରହିଥିଲେ ୧୯୬୭ ନମ୍ୱର କୁ ଯୋଗାଯୋଗ କରି ସଂପୂର୍ଣ୍ଣ ସହାୟତା ରାଶି ପାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକ କୃଷକ ଭାଇ ଓ ଭଉଣୀ , ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.