ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ( ମଙ୍ଗଳବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡ଼ଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ କରାଯାଇଅଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନଙ୍କୁ ସହାୟତା ରାଶି ବଣ୍ଟନ କରିଥିଲେ। ଏହି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନରେ ଜିଲ୍ଲାରେ ମୋଟ ୪୦୬ ଜଣଙ୍କୁ ବିବାହ , ପ୍ରସୂତି , ମୃତ୍ୟୁ ଓ ଅନ୍ତିମ ସଂସ୍କାର ଭଳି ବିଭିନ୍ନ ସୁବିଧା ବଣ୍ଟନ କରାଯାଇଛି। ସେଥି ମଧ୍ୟରେ DBT ମୋଡ ମାଧ୍ୟମରେ ହିତାଧୀକାରୀ ମାନଙ୍କ ଆକାଉଣ୍ଟ କୁ ୧ କୋଟି ୦୪ ଲକ୍ଷ ୯୨ ହଜାର ୬୦୦ ଶହ ଟଙ୍କା ସିଧାସଳଖ ପଠାଯାଇଛି। ଯାହା ମୃତ୍ୟୁ କାଳୀନ ସହାୟତା ବାବଦକୁ ୫ ଲକ୍ଷ ଟଙ୍କା ଦିଆଯାଛି ଓ ବିବାହ କାଳୀନ ସହାୟତା ରାଶି ବାବଦକୁ ୧୭୫ ଜଣଙ୍କୁ ୮୭ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।ସେହିପରି ପ୍ରସୂତି ସହାୟତା ବାବଦକୁ ୨୯ ଜଣଙ୍କୁ ୨ ଲକ୍ଷ ୯୦ ହଜାର ଟଙ୍କା ଓ ଶିକ୍ଷା ସହାୟତା ରାଶି ୧୪ ଲକ୍ଷ ୫୨ ହଜାର ୬୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା , ସହକାରୀ ଶ୍ରମ ଅଧିକାରୀ ଶ୍ରୀ ମଦନ ମୋହନ ଟୁଡୁ , ଶ୍ରୀ ଅମିତ କୁମାର ନାୟକ , ଶ୍ରୀ ସୁକାନ୍ତ କୁମାର ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ଅନ୍ୟ ଶ୍ରମ ବିଭାଗୀୟ କର୍ମଚାରୀ ଓ ନିର୍ମାଣ ଶ୍ରମିକ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post