ଜାତୀୟ ଯୁବ ଉତ୍ସବରେ ଭାଗ ନେଉଥିବା ୭୫ ଜଣିଆ ଓଡ଼ିଶା ରାଜ୍ୟ ଯୁବ ପ୍ରତିନିଧି ଦଳର ସଫଳତା କାମନା କଲେ ରାଜ୍ୟପାଳ:

0

 

ବିକଶିତ ଭାରତ ଗଠନରେ ଯୁବ ସମୁଦାୟର ଭୂମିକା ଗୁରୁତ୍ୱପୂର୍ଣ- ରାଜ୍ୟପାଳ

ଭୁବନେଶ୍ୱର, ତା ୦୭.୦୧.୨୦୨୫ – ଚଳିତ ଜାନୁଆରୀ ମାସରେ ନୂଆ ଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଯୁବ ଉତ୍ସବରେ ଅଂଶ ଗ୍ରହଣ କରୁଥିବା ୭୫ ଜଣିଆ ଓଡ଼ିଶା ଯୁବ ପ୍ରତିନିଧି ଦଳର ସଫଳତା କାମନା କରିଛନ୍ତି ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ପାଟି । ଜାନୁଆରୀ ୭ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଯୁବ ପ୍ରତିନିଧି ଦଳକୁ ସମ୍ବୋଧିତ କରି ସେମାନେ ଗର୍ବ ସହକାରେ ଦୃଢ଼ ମନୋବଳ ନେଇ ଜାତୀୟ ଯୁବ ଉତ୍ସବରେ ଅଂଶ ଗ୍ରହଣ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବାକୁ ରାଜ୍ୟପାଳ ଅନୁପ୍ରେରିତ କରିଥିଲେ । ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ବିକଶିତ ଭାରତ ଏକ ପରିକଳ୍ପନା ନୁହେଁ, ବଂର ଏହା ଏକ ସାମୁହିକ ଅଭିଯାନ । ଭାରତ ସ୍ୱାଧିନତାର ୧୦୦ ବର୍ଷ ପୂରଣ ପରିପ୍ରେକ୍ଷୀରେ ୨୦୪୭ ମସିହା ସୁଦ୍ଧା ଆମେ ବିକଶିତ ଭାରତ ଆଡ଼କୁ ଗତି କରୁଛୁ । ଏକ ବିକଶିତ ଭାରତ ପାଇଁ ଯୁବ ସମୁଦାୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯୁବକମାନେ ହେଉଛନ୍ତି ଭବିଷ୍ୟତର ନିର୍ମାତା । ଏ କ୍ଷେତ୍ରରେ ଯୁବବର୍ଗର ଅଂଶ ଗ୍ରହଣ ଓଡ଼ିଶାକୁ ଗର୍ବିତ କରିବା ସହିତ ଜାତୀୟ ଅଭୁ୍ୟଦୟକୁ ସୁଦୃଢ଼ କରିବ ବୋଲି ରାଜ୍ୟପାଳ କହିଥିଲେ ।

ଭାରତର ଭବିଷ୍ୟତ ନିର୍ମାଣରେ ଯୁବ ବର୍ଗର ସଂପୃକ୍ତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିଭଙ୍ଗୀ ସହିତ ଜାତୀୟ ଯୁବ ଉତ୍ସବର ପ୍ରାସଙ୍ଗିକତା ରହିଛି । ଓଡ଼ିଶାର ଯୁବକମାନେ ନିଜର ପ୍ରତିଭା, ସୃଜନଶୀଳତା ଏବଂ ଦୃଢ଼ ଇଚ୍ଛାଶକ୍ତି ପାଇଁ ଅନ୍ୟମାନଙ୍କୁ ସବୁବେଳେ ଅନୁପ୍ରାଣିତ କରିଆସୁଛନ୍ତି । ଏଣୁ ଜାତୀୟ ଯୁବ ଉତ୍ସବରେ ଓଡ଼ିଶାର ଯୁବପ୍ରତିନିଧି ଦଳ ଭଲ ପ୍ରଦର୍ଶନ କରିବା ସହିତ ଦେଶର ଅନ୍ୟ ରାଜ୍ୟରୁ ଆସିଥିବା ପ୍ରତିନିଧିଙ୍କ ସହ ବନ୍ଧୁତ୍ୱ ବୃଦ୍ଧି କରି ଉତ୍ସବରେ ସ୍ୱତନ୍ତ୍ର ଛାପ ଛାଡ଼ି ଆସିବେ ବୋଲି ରାଜ୍ୟପାଳ ଆଶା ପୋଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବକ୍ତବ୍ୟ ପ୍ରଦାନ କରି ଯୁବ ପ୍ରତିନିଧି ଦଳକୁ ଉତ୍ସାହିତ କରିଥିଲେ । କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାଷ୍କର ଜ୍ୟୋତି ଶର୍ମା ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ କ୍ରୀଡ଼ା ଓ ଯୁବସେବା ବିଭାଗ ନିଦେ୍ର୍ଧଶକ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.