ମିଡିଆ କ୍ଲବ ଗୁଣୁପୁର ଏବଂ ଗୁଣୁପୁର ଆଦର୍ଶ ଥାନା ପୋଲିସ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ ।

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ମିଡିଆ କ୍ଲବ ଗୁଣୁପୁର ଏବଂ ଆଦର୍ଶ ଥାନା ଗୁଣୁପୁର ଆନୁକୁଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ମିଡିଆ କ୍ଲବ ଗୁଣୁପୁରର ସଭାପତି ଅନୀଲ ସାହୁକାର, ଆବାହକ ଜିତେନ୍ଦ୍ର ଶତପଥୀ ଏବଂ ଆଦର୍ଶ ଥାନା ଗୁଣୁପୁରର ଏସ୍ ଡି ପିଓ ବାବୁଲି ନାୟକ, ଥାନା ଅଧିକାରୀ ଉତ୍ତମ୍ କୁମାର ସାହୁ ଙ୍କ ନେତୃତ୍ବରେ ଆୟୋଜନ ହୋଇଥିଲା। ଏହି ଅବସରରେ ସ୍ତାନୀୟ ପୁରୁଣା ବସଷ୍ଟାଣ୍ଡ ଠାର ଥିବା ଗାନ୍ଧୀଜୀ ଙ୍କ ପ୍ରତି ମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା। ତତ୍ ପରେ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ନୂତନ ବସଷ୍ଟାଣ୍ଡ ଦେଇ ବାଇ ପାସ୍ ଛକ ନିକଟରେ କାର୍ଯ୍ୟକ୍ରମ କୁ ସମ୍ପନ୍ନ କରାଯାଇଥିଲା। ଏହି ଶୋଭାଯାତ୍ରା ସମୟରେ ମିଡିଆ କ୍ଲବର ସମସ୍ତ ସଦସ୍ୟ ଏବଂ ଗୁଣୁପୁର ଥାନାର କର୍ମଚାରୀ ମାନେ ମିଶି, ସ୍ଥାନୀୟ କିଡସ୍ -ଗୀ ପବ୍ଲିକ ସ୍କୁଲ ଗୁଣୁପୁର ଓ ବଂଶଧାରା ହାଏର୍ ସେକେଣ୍ଡାରୀ ସ୍କୁଲ ର ଅଧ୍ୟକ୍ଷା, ଅଧ୍ୟକ୍ଷ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ସହ ରାସ୍ତାରେ ଯାଉଥିବା ଗାଡି ଚାଳକ ମାନଙ୍କୁ ସଚେତନର ବାର୍ତ୍ତା ଦେଇଥିଲେ। ଏହି ସମୟରେ ହେଲିମେଟ ପିନ୍ଧି ଥିବା ମଟର ସାଇକେଲ ଚାଳକ ଏବଂ ସିଟ୍ ବେଲ୍ଟ ଲଗାଇ କାର ଚଳାଉ ଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ଧନ୍ୟବାଦ୍ ଜଣାଇ ଥିଲେ। ଏବଂ ଗାଡ଼ି ଚଳାଇବା ସମୟରେ ବିଭିନ୍ନ ସତର୍କତା ଅବଲମ୍ବନ କରିବା ପାଇଁ ସ୍ଲୋଗାନ ଓ ପ୍ଲାଗକାର୍ଡ ମାଧ୍ୟମରେ ସଚେତନତା କରାଯାଇଥିଲା। ମିଡିଆ କ୍ଲବର ସମ୍ପାଦକ ଜଗନ୍ନାଥ ମହାନ୍ତି, ଉପଦେଷ୍ଟା ରମେଶ ଲିମା, ବିଭୁ ପ୍ରସାଦ ଶତପଥୀ, ଲକ୍ଷ୍ମି ମହାଙ୍କୁଡ, ସୁନୀଲ ସାବତ, କୃଷ୍ନ ଚନ୍ଦ୍ର ରାଜଗୁରୁ, ଶୀଲା ଗମାଙ୍ଗ, ମହେଶ ପାଟ ଖଣ୍ଡାଲ ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ଗୁଣୁପୁର ଥାନା ଏସ୍ ଆଇ ଅଶୋକ ପାଢି ଏବଂ ପୁଲିସ କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ କିଡ୍ସ – ଗୀ ଇଂରାଜୀ ମାଧ୍ୟମ ପବ୍ଲିକ ସ୍କୁଲ ଏବଂ ବଂଶଧାରା ହାୟର ସେକେଣ୍ଡାରି ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇ ସହୋଯାଗ କରିଥିଲେ।ମିଡିଆ କ୍ଲବ ଗୁଣୁପୁର ଏବଂ ଆଦର୍ଶ ଥାନା ଗୁଣୁପୁର ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି।

 

Leave A Reply

Your email address will not be published.