ନବରଙ୍ଗପୁର ତା୦୬.୦୧.୨୦୨୫:: ଅଶୋକ ସାହୁ, ଶାସକ ପ୍ରଶାସକ ନବରଙ୍ଗପୁର ସହରର ସ୍ଥାନୀୟ ପୌରପାଳିକା ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ,ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୪୨ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୭ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପୌରପାଳିକା ଅଂଚଳର ୧୩ ଜଣ ଦିବ୍ୟାଙ୍ଗ ଙ୍କୁ ନିଜର ଜୀବିକା ନିର୍ବାହ ପାଇଁ ବ୍ୟାଟେରୀ ଚାଳିତ ଇ ରିକ୍ସା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଥିଲା। ସେଭଳି ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକ କଲ୍ୟାଣ ସହାୟତା ଯୋଜନା ଅନ୍ତର୍ଗତ ୧୨୮ ଜଣଙ୍କୁ ୬୯,୩୦,୦୦୦/- ଟଙ୍କା ର ସହାୟତା ରାଶି ତାଙ୍କ ବ୍ୟାଙ୍କ ଖାତାରେ ଜମା କରଯାଇଥିଲା।ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଅମ୍ବିକା ଧକଡ ଏବଂ ବୃନ୍ଦି ମାଝୀ ଙ୍କୁ ବିବାହ ସହାୟତା ବାବଦ ପ୍ରତ୍ୟେକ ୫୦,୦୦୦/- ଟଙ୍କା, ମୃତ୍ୟୁକାଳିନ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବାବଦ ରେ ଡମ୍ବରୁଧର ଜାନି ଙ୍କୁ ୨,୦୫,୦୦୦/- ଏବଂ ପୂର୍ଣୀ ଗଉଡ଼ ଙ୍କୁ ୩,୦୫,୦୦୦/- ଟଙ୍କା, ଶିକ୍ଷା ସହାୟତା ବାବଦ କୁ ସୀତାରାମ ଗଉଡ ଙ୍କୁ ୭୦୦୦/- ଏବଂ ଜ୍ୟୋସ୍ନା ରାଣୀ ଭତ୍ରା ଙ୍କୁ ୮୪୦୦/- ଟଙ୍କା, ମାତୃତ୍ଵ ସହାୟତା ବାବଦ ବନିତା ମାଝୀ ଏବଂ ଜୟନ୍ତି ସୌରାଙ୍କୁ ପ୍ରତ୍ୟେକ ୧୦,୦୦୦/- ଟଙ୍କା ଚେକ୍ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.