ବିଭିନ୍ନ ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ ଘାଟନ।

0 1

ବାସୁଦେବପୁର – ଭଦ୍ରକ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦ୍ ଘାଟନ ଗତ ପାଞ୍ଚ ତାରିଖ ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଏଡତାଳ ସେବା ସମବାୟ ସମିତି ରେ ଉଦ୍ ଘାଟନ ପରେ ପରେ ସୋମବାର ବିଭିନ୍ନ ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ ଘାଟନ ହୋଇ ଯାଇଛି। ଏହି କ୍ରମ ରେ ବ୍ରାହ୍ମଣ ଗାଁ ସେବା ସମବାୟ ସମିତି ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ ଯୋଗ ଦେଇ ଉଦ୍ ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଅମିୟ କୁମାର ନାଥ, ନୋଡାଲ ଅଫିସର ରୂପକ ଦାସ, ଦୀପକ କୁମାର ନାୟକ, ସରପଂଚ ଙ୍କ ପ୍ରତିନିଧି ସନ୍ତୋଷ ଦୀକ୍ଷିତ ସମ୍ପାଦକ ଦାଶରଥି ପାଣିଗ୍ରାହୀ ଓ ବୋର୍ଡ ସଦସ୍ୟ  ଉପସ୍ଥିତ ଥିଲେ। ସେହିପରି ବରଣ୍ଡୁଆ ସେବା ସମବାୟ ସମିତି ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ଉକ୍ତ ସେବା ସମବାୟ ସମିତି ସଭାପତି ନଗେନ୍ଦ୍ର ପ୍ରସାଦ ବିଶ୍ଵାଳ ଓ ଦୁଇ ପଞ୍ଚାୟତ ସରପଂଚ ଗୋବିନ୍ଦ ମଲିକ, ଗୌରାଙ୍ଗ ପଣ୍ଡା, ଅରଣ୍ଡୁଆ ପଞ୍ଚାୟତ ସମିତି ସଭ୍ୟ ରମାକାନ୍ତ ଦାସ,ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ଓ ବୋର୍ଡ ସଦସ୍ୟ ଙ୍କ ଙ୍କ ଉପସ୍ଥିତି ରେ ଧାନ ମଣ୍ଡି ଉଦ୍ ଘାଟନ ହୋଇ ଯାଇଛି। ସେହିପରି ବାଲିମେଦ ସେବା ସମବାୟ ସମିତି ରେ ସଭାପତି ସଂଯୁକ୍ତା ନାୟକ, ସମ୍ପାଦକ ଶ୍ରୀଧର ନାୟକ, ବାଲେଶ୍ଵର ଭଦ୍ରକ ସମବାୟ ବ୍ୟାଙ୍କ ର ପରିଚାଳନା ନିର୍ଦ୍ଦେଶକ ନିରଂଜନ ଦାସ, ବାଲେଶ୍ଵର ଭଦ୍ରକ ସମବାୟ ବ୍ୟାଙ୍କ  ବାସୁଦେବପୁର ଶାଖା ର ମ୍ୟାନେଜର, ବୋର୍ଡ ସଦସ୍ୟ ଙ୍କ ଉପସ୍ଥିତ ରହି ଉଦ୍ ଘାଟନ କରିଥିଲେ। ସେହିପରି ମାଟିପକା ସେବା ସମବାୟ ସମିତି ରେ ସଭାପତି ନିତ୍ୟାନନ୍ଦ ବାରିକ୍, ସମ୍ପାଦକ ଧର୍ମ ନାରାୟଣ ଜେନା, ସରପଂଚ ଙ୍କ ପ୍ରତିନିଧି ଜୟଦେବ ବାରିକ୍, ସମିତି ସଭ୍ୟା, ବାଲେଶ୍ଵର ଭଦ୍ରକ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ଦାସ, ଏ ଆର ସି ସି ବାବାଜୀ ମଲ୍ଲିକ ଓ ବୋର୍ଡ ସଦସ୍ୟ ଙ୍କ ଉପସ୍ଥିତ ରହି ଉଦ୍ ଘାଟନ କରିଥିଲେ। ସେହିପରି କୁରୁଦା ସେବା ସମବାୟ ସମିତି ରେ ସଭାପତି ରମାକାନ୍ତ ଦାସ, ସମ୍ପାଦକ ପ୍ରଦୀପ ବାରିକ୍, ସହ ସମ୍ପାଦକ କୈଳାଶ ନାୟକ, ଡି ଇ ଓ ସୁଶାନ୍ତ ବାରିକ୍ ଓ ବୋର୍ଡ ସଦସ୍ୟ ଙ୍କ ଉପସ୍ଥିତି ରେ ଉଦ୍ ଘାଟନ ହୋଇ ଯାଇଛି। ସେହିପରି ଚୂଡ଼ାମଣି ଠାରେ ସେବା ସମବାୟ ସମିତି ରେ ସଭାପତି ସୁଶାନ୍ତ କୁମାର ରାୟ, ସମ୍ପାଦକ ସୁଶାନ୍ତ କୁମାର ଜେନା, ସରପଂଚ ଅଗଣି ପ୍ରସାଦ ଜେନା , ଏ ଆର ସି ସି ବାବାଜୀ ମଲ୍ଲିକ ବୋର୍ଡ ସଦସ୍ୟ ଉପସ୍ଥିତ ରହି ଉଦ୍ ଘାଟନ କରିଥିଲେ। ସେହିପରି ମନ୍ଦାରି ଠାରେ ଥିବା ସେବା ସମବାୟ ସମିତି ରେ ସଭାପତି ନିର୍ମଳ ମଲ୍ଲିକ, ସମ୍ପାଦକ ମୁକେଶ କୁମାର ମଲ୍ଲିକଓ ବୋର୍ଡ ସଦସ୍ୟ ମାନଙ୍କ ଙ୍କ ଉପସ୍ଥିତି ରେ ଉଦ୍ ଘାଟନ ହୋଇ ଯାଇଛି। ସେହିପରି ବିରସ ସେବା ସମବାୟ ସମିତି ରେ ସଭାପତି ନିରଞ୍ଜନ ଦାସ, ସମ୍ପାଦକ ଓ ଅନ୍ୟ ଅତିଥି, ସମସ୍ତ ବୋର୍ଡ ସଦସ୍ୟ ମାନଙ୍କ ଉପସ୍ଥିତି ରେ ଉଦ୍ ଘାଟନ ହୋଇ ଯାଇଛି। ସେହିପରି ସୁଗୋ ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ ଘାଟନ ରେ ସଭାପତି ନିର୍ମଳ ମଣ୍ଡଳ, ସମ୍ପାଦକ ପ୍ରକାଶ ନାୟକ ଙ୍କ ସହ ବୋର୍ଡ ସଦସ୍ୟ ମାନେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି।ସୂଚନା ମିଳିଥିବା ସେବା ସମବାୟ ସମିତି ରେ ଅତିଥି ମାନଙ୍କ ସହ ସମସ୍ତ ବୋର୍ଡ ସଦସ୍ୟ ଓ ଚାଷୀ ମାନେ ଉପସ୍ଥିତ ରହି ଥିଲେ। ସୁଚାରୁ ରୂପେ ସରକାର ଙ୍କ ନୀତି ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି ସେବା ସମବାୟ ସମିତି ଗୁଡ଼ିକର ସଭାପତି, ସମ୍ପାଦକ ମାନେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.