ନବରଙ୍ଗପୁର ୬.୧.୨୦୨୫ : ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲା ସଦରମହକୁମା ସ୍ଥିତ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ସଭାଗୃହରେ କଟକ ଜିଲ୍ଲା ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସାମୁହିକ ଗୋଷ୍ଠୀ ସଚେତନତା ଅଭ୍ୟାସ (ମକ ଡ୍ରିଲ) ଆଲୋଚନା ଚକ୍ର ସବ ଇନ୍ସପେକ୍ଟର ସନ୍ଦୀପ କୁମାର ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି l ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି କେମିତି ରହିବ ଓ ସର୍ବସାଧାରଣ ରେ ବିପର୍ଯ୍ୟୟ କୁ କିପରି ପ୍ରତିହତ କରିହେବ, ବିପର୍ଯ୍ୟୟ ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ବିପର୍ଯ୍ୟୟ କୁ ହ୍ରାସ କରିବା ପଦ୍ଧତି, ପ୍ରାକ୍ ସୂଚନା ଯଥା ପ୍ରସାରଣ, ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତରିତ, ସମ୍ପୃକ୍ତ ଅଧିକାରୀ ମାନଙ୍କ ଭୂମିକା, ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଯନ୍ତ୍ର ଓ ଉପକରଣ ର ବ୍ୟବହାର, ରିଲିଫ ବଣ୍ଟନ ଏବଂ ସଫଳ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ଶ୍ଵାସରୁଦ୍ଧ ବ୍ୟକ୍ତିଙ୍କୁ କିପରି ବଞ୍ଚାଇବା ପ୍ରଣାଳୀ, ବନ୍ୟା ଭଳି ପରିସ୍ଥିତି ରେ ନିଜକୁ ପାଣିରୁ ସୁରକ୍ଷିତ ବଞ୍ଚାଇବା ସହିତ ଅନ୍ୟମାନଙ୍କ ଧନ ଜୀବନ ଗୃହପାଳିତ ପଶୁ ପକ୍ଷୀ ଙ୍କୁ କିପରି ଭାବରେ ସୁରକ୍ଷିତ ଉପାୟରେ ବଞ୍ଚାଇବା ର କୌଶଳ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ନାୟକ, ଜିଲ୍ଲା ଜରୁରୀ କାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ଜିଲ୍ଲା ଜରୁରୀ କାଳୀନ ଉପ ବିଭାଗର ବିଭାଗୀୟ ଅଧିକାରୀ ତ୍ରିପତି ଵାଲାଜୀ ସାହୁ,ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଏବଂ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଟିମର ଚିତ୍ରସେନ ଗଣ୍ଡ , ଶିବଶଙ୍କର ଦାସ, ଯୁଗଳ କିଶୋର, କ୍ରାନ୍ତି କୁମାର ପ୍ରମୁଖ ଯୋଗ ଦେଇ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post