ପଦ୍ମପୁର :- ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ମଧ୍ୟାହ୍ନ ଭୋଜନ ଚାଲୁ ଥିବା ସ୍କୁଲ ମାନଙ୍କର ପାଚିକା ସହାୟିକା ଭାବରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକର ତିନୋଟି ସ୍ଥାନରେ ଅନୁଷ୍ଠିତ ଶିବିରରେ ୩୫୦ ଜଣ ପାଚିକା ସହାୟିକା ଯୋଗଦାନ୍ କରିଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦମପୁର ଠାରେ ଅନୁଷ୍ଠିତ ଶିବିରକୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ଉଦ୍ଘାଟନ କରିଥିବା ବେଳେ ଏ ବି ଇ ଓ ଶ୍ରୀ ବିଶିକେଶନ୍ ଶତପଥୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ସଭାରେ ଉପସ୍ଥିତ ଥିଲେ। ସାଧନ କର୍ମୀ ଭାବରେ ଶ୍ରୀ ରବି ନାରାୟଣ ପଣ୍ଡା ଓ ଶ୍ରୀ ସୁରେଶ ଚୌହାନ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ସର୍ଗୀବାହାଲ ଠାରେ ଅନୁଷ୍ଠିତ ଶିବିରକୁ ଏବିଇଓ ଶ୍ରୀ ଶିବପ୍ରସାଦ ଯୋଶୀ ଉଦ୍ଘାଟନ କରିଥିଲେ ଓ ସାଧନ କର୍ମୀ ଭାବରେ ଶ୍ରୀ ପ୍ରେମସାଗର ପଧାନ ଓ ଶ୍ରୀ ସୁଦାମ ସାହୁ ଯୋଗଦେଇଥିଲେ। ଗଙ୍ଗାଧର ମେହେର ଉଚ୍ଚବିଦ୍ୟାଳୟ ଦହିତା ଠାରେ ଅନୁଷ୍ଠିତ ଶିବିରକୁ ଏବିଇଓ ଶ୍ରୀ ରାମସିଂ ଭୋଇ ଉଦ୍ଘାଟନ କରିଥିବା ବେଳେ ସାଧନ କର୍ମୀ ଭାବରେ ଶ୍ରୀ ଦେବାନନ୍ଦ ତୁରିଆ , ଶ୍ରୀ ସଞ୍ଜୟ ପଟେଲ ଓ ଶ୍ରୀ ଆଶିଷ ବୈକାର ଯୋଗଦେଇ ତାଲିମ୍ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟରେ ବ୍ଲକ ଶିକ୍ଷା କାର୍ଯ୍ୟଳୟର କର୍ମଚାରୀ ଶ୍ରୀ ପ୍ରଭାତ ସାହୁ,ଶ୍ରୀ ପରମେଶ୍ବର ନାଗ୍, ଶ୍ରୀ ଭଗବାନ ତରିଆ, ଶ୍ରୀ ତୁଳସୀ ରାମ ବଣୁଆ, ଶ୍ରୀ କପିଳ ସାହୁ ଓ ଶ୍ରୀ ଶ୍ରୀକାନ୍ତ ପ୍ରଧାନ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.