ଗୁରୁଙ୍କ ଦଣ୍ଡକୁ ଅପମାନ ନ ଭାବି ଆଶୀର୍ବାଦ ଭାବିବାକୁ ମନ୍ତ୍ରୀଙ୍କ ଆହ୍ବାନ

0 2

ହାଡ଼ିପାଲି ହାଇ ସ୍କୁଲ୍ ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ

କୁଚିଣ୍ଡା,5/1: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ହାଡ଼ିପାଳିସ୍ଥିତ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ଏଥିରେ ଏହି ଶିକ୍ଷା ନୁଷ୍ଠାନର ପୁରାତନ ଛାତ୍ର ତଥା ରାଜ୍ୟର ପଞ୍ଚାୟତ ରାଜ,ଗ୍ରାମ୍ୟ ଉନ୍ନୟନ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ତାଙ୍କ ସମୟରେ ଗୁରୁ ମାନଙ୍କ ସ୍ନେହ ପୂର୍ଣ୍ଣ ଦଣ୍ଡ ବ୍ୟବସ୍ଥା କୁ ସୂଚନା ଦେଇ ଗୁରୁ ଙ୍କ ଦଣ୍ଡ ବ୍ୟବସ୍ଥାକୁ ଅପମାନ ନ ଭାବି ଆଶୀର୍ବାଦ ଭାବେ ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି ।ସେ ସ୍କୁଲ ର ଉନ୍ନତି ପାଇଁ ଏକ ଛାତ୍ର ବାସ ନିର୍ମାଣ ପାଇଁ 50 ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରି ଆଲୁମିନି ର ସଦସ୍ୟ ଏକ ଖୋଲା ପଡିଆ ଯୋଗଦେଲେ ଏଥି ପାଇଁ ମଧ୍ୟ 25ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।ସେ ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସ୍କୁଲ ର ପୂର୍ବତନ ପରିଚାଳନା କମିଟି ସଭ୍ୟ ସୁବାସ ନାୟକ ଙ୍କୁ ଶ୍ରେଷ୍ଠ ବ୍ୟକ୍ତିତ୍ଵ ସମ୍ମାନ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦନ ସିଂହ ନାୟକ ଙ୍କୁ ଆଦର୍ଶ ଗୁରୁ ସମ୍ମାନ ଭାବରେ ମାନ ପତ୍ର ଓ ଉପ ଧୌକାନ ଦେଇ ମନ୍ତ୍ରୀ ଶ୍ରୀ ନାଏକ ସମ୍ମାନିତ କରିଥିଲେ ।ସୁବର୍ଣ୍ଣ ଜୟନ୍ତୀ କମିଟି ପକ୍ଷରୁ ମନ୍ତ୍ରୀ ମହୋଦୟଙ୍କୁ ପୁରାତନ ଛାତ୍ର ରତ୍ନ ଭାବରେ ମଧ୍ୟ ସମ୍ମାନିତ କରାଯାଇଥିଲା ।ଏହି ଉଦଯାପନ ଉତ୍ସବରେ ସ୍କୁଲର ସ୍ମରଣିକା ଦର୍ପଣ କୁ ମଧ୍ୟ ଅତିଥି ଗଣ ଉନ୍ମୋଚନ କରିଥିଲେ ।ଏହି ଅଧିବେଶନ ରେ ଉପ ଜିଲ୍ଲାପାଳ ଡ଼. ଗୌରବ ମୟ ପଧାନ ସମ୍ମାନିତ ଅତିଥି ଓ ସାଧୁ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରୀ ଯୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଭାରତୀୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ ।ଏଥିରେ ଚନ୍ଦନ ସିଂ ନାୟକ ସଭାପତିତ୍ବ କରିଥିଲେ । ପୂର୍ବାହ୍ନରେ ଆୟୋଜିତ ଅଧିବେଶନରେ ଜିଲ୍ଲା ଶିକ୍ଷା ଧିକରି ମୀନାରାଣୀ ମଙ୍ଗଳ ମୁଖ୍ୟ ଅତିଥି ,ଝାରସୁଗୁଡ଼ା ର ପି ଏ ,ଆଇ ଟି ଡି ଏ ପଟେଲ ଓ ଅବସର ପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ , ଏ ବି ଇ ଓ ଲକ୍ଷ୍ମଣ ଦେହୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଭିନ୍ନ କୃତି ପୁରାତନ ଛାତ୍ର,ଛାତ୍ରୀ ଙ୍କୁ ମାନ ପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ।କାର୍ଯ୍ୟକ୍ରମକୁ ଶିକ୍ଷକ ଗୋପାଳ ନାଥ ପରିଚାଲନା କରିଥିଲେ ।ଉଭୟ ଅଧିବେଶନର ଶେଷରେ ପ୍ରଧାନ ଶିକ୍ଷକ କରୁନାମୟୀ ଧନ୍ୱର୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଉତ୍ସବରେ ବିପୁଳ ଜନ ସମାଗମ ହୋଇଥିଲା ।ଛାତ୍ର ଛାତ୍ରୀ ଓ ଆଲୁମିନି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ।

Leave A Reply

Your email address will not be published.