ଖଇରା (ବୁଲୁ ଲେଙ୍କା)ଆଜି ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ସିମୁଳିଆ ବ୍ଲକ ଅନ୍ତର୍ଗତ ମାର୍କୋଣା ସ୍ଥିତ ମା’ କଲ୍ୟାଣ ମଣ୍ଡପ ଠାରେ ନବବର୍ଷ 2025 ଉପଲକ୍ଷେ ବିଜୁ ଜନତା ଦଳର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଖଇରା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳର ବିଧାୟକ ପ୍ରାର୍ଥୀଙ୍କ ପ୍ରତିନିଧି ରାଜନେତା, ସମାଜସେବୀ ଶ୍ରୀଯୁକ୍ତ ଶଶୀ କୁମାର ସାହୁ ଯୋଗ ଦେଇଥିଲେ ସିମୁଳିଆ ବ୍ଲକର ସମସ୍ତ 22ଟି ପଞ୍ଚାୟତର ନେତୃମଣ୍ଡଳୀ, ବିଜୁ ଛାତ୍ର, ଯୁବ, ମହିଳା ତଥା ଛାମୁଆ ସଙ୍ଗଠନର 250ରୁ ଉର୍ଦ୍ଧ୍ବ ପଞ୍ଚାୟତ ନେତୃବୃନ୍ଦ ଓ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଦଳ କେମିତି ଆଗେଇବ ସେଥି ପ୍ରତି ସଜାଗ ରହିବାକୁ ପରାମର୍ଶ ଦେବା ସହିତ ସମସ୍ତଙ୍କ ଆଦର ଓ ଭଲପାଇବା ପାଇଁ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.