ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଶୁକଦେବପୁର ଠାରେ ଦିଗ ବିଜୟୀ ୟୁଥ୍ କ୍ଳବ୍ ପକ୍ଷ ରୁ କ୍ରିକେଟ ମ୍ୟାଚ୍ ଅନୁଷ୍ଟିତ ହୋଇ ଯାଇଛି। ଶେଷ ତଥା ଅନ୍ତିମ ଖେଳ ରେ ଦୁଇ ଟିମ୍ ମାଷ୍ଟର ମାଇଣ୍ଡ ସାହାଡ଼ା ଓ ବ୍ଲେଣ୍ଡରସ ପ୍ରାଇଡ଼ ସୋରୋ ମଧ୍ୟ ରେ ଅନୁଷ୍ଟିତ ହୋଇଥିଲା। ଶେଷ ଦିନ ରେ ତିନୋଟି ମ୍ୟାଚ୍ ମଧ୍ୟ ରୁ ଦୁଇଟି ଜିତି ମାଷ୍ଟର ମାଇଣ୍ଡ ସାହାଡ଼ା ଚମ୍ପିୟାନ ହୋଇଛି। ଖେଳଟିକୁ ଅମ୍ପାୟର ବିବେକାନନ୍ଦ ବେହେରା ଓ ରମାକାନ୍ତ ସାହୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ୧୪ ନମ୍ୱର୍ ୱାର୍ଡ କାଉନସିଲର ଚନ୍ଦନ ସେନ ଓ ୧୩ ନମ୍ୱର ୱାର୍ଡ କାଉନସିଲର ସନ୍ତୋଷ ସାହୁ, ସମାଜ ସେବୀ ରମେଶ ଚାନ୍ଦ ଯୋଗ ଦେଇଥିଲେ। ବିଧାୟକ ଅଶୋକ କୁମାର ଦାସ ଉଭୟ ବିଜୟୀ ଓ ରନସ ଅପ୍ ଦଳ କୁ ଟ୍ରଫି ସହ ଆର୍ଥିକ ରାଶି ପ୍ରଦାନ କରିଥିଲେ। କ୍ଳବ୍ ପକ୍ଷ ରୁ ସଭାପତି ବସନ୍ତ ସାନ୍ତରାଙ୍କ ସହ ଉଦୟ ଶଙ୍କର ମାହାନା, ମୋହନ ପରିଡା, ଅବିନାଶ ଦାସ, ଅରୂପ ବେହେରା, କାହ୍ନୁ ମଣ୍ଡଳ, ପଞ୍ଚୁ ପରିଡ଼ା, ପ୍ରଦୀପ ବେହେରା, ରମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଥିଲେ।
Sign in
Sign in
Recover your password.
A password will be e-mailed to you.