ବ୍ରାହ୍ମଣ ଗାଁ ପଞ୍ଚାୟତ ରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ।

0 2

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବ୍ରାହ୍ମଣ ଗାଁ ପଞ୍ଚାୟତ ରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପଞ୍ଚାୟତ ର ସରପଂଚ ଶୁଭଶ୍ରୀ ତ୍ରିପାଠୀ, ସରପଂଚ ଙ୍କ ପ୍ରତିନିଧି ସନ୍ତୋଷ ଦୀକ୍ଷିତ ଓ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଭାତ ବାରିକ୍ ଓବ୍ରାହ୍ମଣ ଗାଁ ପଞ୍ଚାୟତ କଂଗ୍ରେସ ସଭାପତି ଙ୍କ ନେତୃତ୍ଵ ରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ ଉପସ୍ଥିତ ରହି ପଞ୍ଚାୟତ ବାସୀ ଙ୍କ ସହ ଅନେକ ବିଷୟ ରେ ଆଲୋଚନା କରିଥିଲେ। ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ବିଧାୟକ ଅଶୋକ କୁମାର ଦାସ ଉପସ୍ଥିତ ରହି ସମସ୍ତ ଙ୍କ ସହ ମିଶିବା ସହ ଅନେକ ବିଷୟ ରେ ଆଲୋଚନା କରିଥିଲେ। ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ଜନ ସାଧାରଣ ଉପସ୍ଥିତ ରହି ଥିବାର ଦେଖା ଯାଇଛି । ଏହି ଅବସର ରେ କୋଡ଼ିଏ ରୁ ଉର୍ଦ୍ଧ ବ୍ୟକ୍ତି ଅନ୍ୟ ଦଳ ପରିତ୍ୟାଗ କରି କଂଗ୍ରେସ ରେ ବିଧାୟକ ଙ୍କ ଉପସ୍ଥିତି ରେ ଯୋଗ ଦେଇ ଛନ୍ତି।

Leave A Reply

Your email address will not be published.