ବିଜେପୁର:-ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ଗାୟତ୍ରୀ ପରିବାର ଆୟୋଜନରେ ବିଜେପୁରଠାରେ ୧୦୮ କୁଣ୍ଡୀୟ ବିରାଟ ଗାୟତ୍ରୀ ମହାଯଜ୍ଞ ଓ ରାଷ୍ଟ୍ର ଜାଗରଣ ଅଭିଯାନ ଅବସରରେ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗାୟତ୍ରୀ ପରିବାର, ରେଡିଏନ୍ସ ଶିକ୍ଷାନୁଷ୍ଠାନ ଓ ‘ସମ୍ବାଦ-
୫୩ ୟୁନିଟ୍ ସଂଗୃହୀତ
ଆମ ଓଡ଼ିଶା’ର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଶିବିରରେ ୫୩ ଜଣ ସ୍ବେଚ୍ଛାରେ ରକ୍ତଦାନ କରିଥିଲେ। ଶାନ୍ତିକୁଞ୍ଜ ହରିଦ୍ଵାରର କୈଳାସନାଥ ତିୱାରୀ, ରେଡିଏନ୍ସ ଶିକ୍ଷାନୁଷ୍ଠାନ ଚେୟାରମ୍ୟାନ୍ ତଥା ଯଜ୍ଞାନୁଷ୍ଠାନର କୋଷାଧ୍ୟକ୍ଷ ଅଜିତ ମେହେର, ଯଜ୍ଞ କମିଟି ସଭାପତି ପ୍ରଫୁଲ୍ଲ ନାୟକ, ଗାୟତ୍ରୀ ପରିବାର ଜିଲ୍ଲା ସଂଯୋଜକ ଅଶ୍ବିନୀ ସାହୁ, ସବ୍ଜୋନ
ସଂଯୋଜକ ରଘୁମଣି ଦାଶ, ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ସୁଶାନ୍ତ ମେହେର ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବରଗଡ଼ ରକ୍ତଭଣ୍ଡାର କର୍ମଚାରୀମାନେ ଶିବିରରେ ରକ୍ତ ସଂଗ୍ରହ କରିଥିଲେ ‘ସମ୍ବାଦ-ଆମ ଓଡ଼ିଶା’ର ବିଜେପୁର ବ୍ଲକ୍ ସଂଯୋଜକ ସୁନିଲ ମିଶ୍ରଙ୍କ ତତ୍ତ୍ବାବଧାନରେ ପରିଚାଳିତ ଏହି
ରକ୍ତ ଦାନ, ମହତ ଦାନ
ଶିବିରରେ ରେଡିଏନ୍ସ ଶିକ୍ଷାନୁଷ୍ଠାନର ଏକାଡେମୀ ଡାଇରେକ୍ଟର ଗୋବିନ୍ଦ ମେହେର, ଏଡ୍ମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣି ମେହେର, ବିଦ୍ୟାଳୟ ଅଧ୍ୟକ୍ଷ ମୋହିନୀ ମେହେର, ଭାଇସ ପ୍ରିନ୍ସିପାଲ ସଞ୍ଜୟ ବାରିକ, ରେଡିଏନ୍ସ ଶିକ୍ଷାନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କ ସମେତ ଗାୟତ୍ରୀ ପରିବାରର ସଦସ୍ୟ, ସଦସ୍ୟାମାନେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.