ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନ କାର୍ଯ୍ୟାଳୟ ଠାରେ ବିଶ୍ଵ ବ୍ରେଲି ଦିବସ ପାଳନ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନ କାର୍ଯ୍ୟାଳୟ ଠାରେ ଆଜି ବିଶ୍ଵ ବ୍ରେଲି ଦିବସ ତଥା ଲୁଇସ୍ ବ୍ରେଲି ଙ୍କ ୨୧୬ ତମ ଜନ୍ମ ଜୟନ୍ତୀ ପାଳନ ହୋଇ ଯାଇଛି।
ସମର୍ଥ ର ସଭାପତି ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଅନୁପ ପଣ୍ଡା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ତୋଷ ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ସମ୍ପାଦକ ସନ୍ତୋଷ ମହାରଣା ପ୍ରମୁଖ ମଞ୍ଚାସୀନ ରହି ପ୍ରଥମେ ଲୁଇସ୍ ବ୍ରେଲି ଙ୍କ ତୈଳ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଲୁଇସ୍ ବ୍ରେଲିଙ୍କ ବ୍ରେଲି ଭାଷା ଆଉ ତାଙ୍କର ଅବଦାନ ର ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ପରୀପ୍ରେକ୍ଷୀରେ ବହୁ ଦିବ୍ୟାଙ୍ଗ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.