ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇ ଧରା ପଡିଲେ ଲୁଟେରା

2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଥାନାଧିକାରୀ ଙ୍କ ସୂଚନା ପ୍ରକାରେ, ଡିସେମ୍ବର ୨୯ ତାରିଖ ରବିବାର ୨୦୨୪ ଦିନ ଉତ୍ତରପ୍ରଦେଶ ମୁରଦାବାଦର ବୁଲା ବ୍ୟବସାୟୀ ସମୀର ହୁସେନ୍ ନିଜ ମଟର ସାଇକେଲରେ ଲୁଗା ବିକ୍ରି କରିବାକୁ ଯାଉଥିଲେ। ଗୋହିରିବାଡ଼ି ଗ୍ରାମରୁ ଗୁଣ୍ଡୁରିବାଡ଼ି ଆଡ଼କୁ ଯାଉଥିବା ବେଳେ ବାଉଁଶକଟା ଜଙ୍ଗଲ ରାସ୍ତା ନିକଟରେ ୫ ଜଣ ଦୃର୍ବୁତ୍ତ ହୁସେନ୍ କୁ ଅଟକାଇ ମୁଥ ଗୋଇଠା ମାରିବା ସହ ତା ଠାରୁ ମୋବାଇଲ ଓ ୬ ହଜାର ଟଙ୍କା ଛଡ଼ାଇ ନେଇ ଗୋହିରିବାଡି ଆଡ଼କୁ ଫେରାର୍ ହୋଇଯାଇଥିଲେ। ଏହି ସମୟରେ ସମୀର ହୁସେନ୍ ପାଟି କରି ପିଛା କରିଥିଲେ। ତା ପାଟି ଶୁଣି ସେହି ଗ୍ରାମ ଲୋକ ମାନେ ସେଥି ମଧ୍ୟରୁ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଦୃତଗତିରେ ଚମ୍ପଟ୍ ମାରିଥିଲେ। ଦ୍ରୁତ ଗତିରେ ଯିବା ସମୟରେ ଏକ ହମ୍ପସ୍ ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ତଳେ ପଡ଼ିଯାଇଥିଲେ ଓ ଲୋକ ମାନେ ଧରିପକାଇଥିଲେ। ସେଠାରୁ ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗ୍ରାମବାସୀ ଧରିବାରେ ସକ୍ଷମ ହୋଇଥିଲେ। ଏହି ଘଟଣାରେ ସମୀର ହୁସେନ୍ ର ଲିଖିତ ଅଭିଯୋଗରେ କେସ ନମ୍ବର ୧୨୬୨/୨୦୨୪ ମାମଲା ରୁଜୁ କରି ସମୀର ନାୟକ(୨୨), ସମ୍ଭୁ ନାୟକ (୨୦) ଏବଂ ବିଷ୍ଣୁ ନାୟକ (୨୭) ସମସ୍ତଙ୍କ ବିଞ୍ଜଗିରି ଗ୍ରାମ। ସମସ୍ତଙ୍କୁ ଆଇନ ର ଧାରା ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୁଚନା ଦେଇଛନ୍ତି। ଏହି ମାମଲାରେ ୩ ଟି ମଟରସାଇକେଲ ଓ ଦୁଇଟି ମୋବାଇଲ ଜବତ କରାଯାଇଥିବା ମଧ୍ୟ ସୁଚନା ମିଳିଛି।

Leave A Reply

Your email address will not be published.