ଘେଁସ :-ସହିଦ ମାଧୋ ସିଂ ଆଞ୍ଚଳିକ କୃଷ କୃଷକ ସଂଗଠନ ଆହ୍ବାନରେ ସୋହେଲାର ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନ ୧୦ ମାର ମାଇଲ, କୃଷକ ବିକାଶ ମଞ୍ଚ, ବିଜେପୁର କୃଷକ ସଂଗଠନ ଏବଂ ଆଞ୍ଚଳିକ କୃଷକ ସଂଗଠନ ମେଲଛାମୁଣ୍ଡାର ସକ୍ରିୟ ସଦସ୍ୟମାନଙ୍କର ମିଳିତ ଘେଁସ ଧାନ ମଣ୍ଡିଠାରେ ବୈଠକ ବସିଥିଲା । ପ୍ରେମରାଜ ସାହୁଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ପାଇକମାଳ କୃଷକ ସଂଗଠନର ବରିଷ୍ଠ ସଦସ୍ୟ ସାନ ମହାରାଜା ନନ୍ଦଲାଲ ତ୍ରିବେଦୀଙ୍କ ଶୋକସଭା ହୋଇଥିଲା । ଭାବେ ଦେହାନ୍ତରେ
ଚଳିତ ବର୍ଷ ସୋହେଲା ବ୍ଲକରେ କମ୍ ବର୍ଷା କାରଣରୁ ମାଳ, ବେର୍ଦ୍ଧା ଜାତୀୟ ଧାନ ନଷ୍ଟ ହୋଇଥିବା ପଞ୍ଚାୟତ ପ୍ରତିନିଧିମାନେ କହିଥିଲେ। ବଞ୍ଚିରହିଥିବା ଚାଷଗୁଡିକରେ ଡିଜେଲ ଖର୍ଚ୍ଚ, ବିଦ୍ୟୁତ୍ ବିଲ୍ ଯୋଗୁଁ
ଚାଷ କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସେଥିପାଇଁ ସୋହେଲା ବ୍ଳକକୁ ମରୁଡ଼ି ଘୋଷଣା କରି ଫସଲ ବୀମା ଏବଂ ଇନପୁଟ ସବସିଡି ଦେବା ପାଇଁ ସରକାରଙ୍କୁ ଜଣାଇବାକୁ ପ୍ରସ୍ତାବ କରାଯାଇଛି | ଧାନବିକ୍ରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।
ସଭାରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ର ରମେଶ ମହାପାତ୍ର, ପ୍ରଭାତ ସାହୁ, କୁଞ୍ଜବିହାରି ପଧାନ, ପରକ୍ଷିତ ମହାକୁର, ଚନ୍ଦ୍ରଶେଖର ପଧାନ, ରାଜେଶ ନାଏକ, ରବିଶଙ୍କର ପ ପଧାନ, ଭଗବାନ ପଧାନ, ଅବନୀକାନ୍ତ ପଧାନ, ରତିକାନ୍ତ ବାରିକ, ଅଶ୍ବିନୀ ପଟେଲ, ବିମଳ ବାରିକ, ସୁବାସ ସାହୁ, ଶିବ ସାହୁ, କ୍ଷୀରୋଦ୍ର ପଧାନଙ୍କ ସମେତ ସୋହେଲା ବ୍ଳକର ୨୭ଟି ପଞ୍ଚାୟତର ଚାଷୀମାନେ ଯୋଗଦେଇଥିଲେ |
Sign in
Sign in
Recover your password.
A password will be e-mailed to you.