ସୋସାଇଟି ପ୍ରମିୟର ଲିଗ୍‌: ଟ୍ରାଇଡେଣ୍ଟ୍‌ ଗାଲାକ୍ସି ବିଜେତା

3

ଭୁବନେଶ୍ବର,(ଚକ୍ରଧର ମାଝି) : ଷ୍ଟ୍ରଙ୍ଗର ଟୁଗେଦର ଚାରିଟେବଲ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ସୋସାଇଟି ପ୍ରିମିୟର୍‌ ଲିଗ୍‌ (ଏସ୍‌ପିଏଲ୍‌)ର ପଞ୍ଚମ ସଂସ୍କରଣରେ ଟ୍ରାଇଡେଣ୍ଟ୍‌ ଗାଲାକ୍ସି ବିଜେତା ହୋଇଛି। ଫାଇନାଲ୍‌ରେ ଏହି ଦଳ ୪ ୱିକେଟ୍‌ରେ ବିପୁଲ ଗାର୍ଡେନ୍ସକୁ ପରାସ୍ତ କରିଛି। ବିପୁଲ ଗାର୍ଡେନ୍ସ ନିର୍ଦ୍ଧାରିତ ୧୦ ଓଭରରେ ୮୯/୮ କରିଥିଲା। ଜବାବରେ ଟ୍ରାଇଡେଣ୍ଟ୍‌ ଗାଲାକ୍ସି ୯.୧ ଓଭରରେ ୬ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ବିଜେତା ଦଳର ତନ୍ମୟ ପରିଡ଼ା ଫାଇନାଲ୍‌ର ଏବଂ ପ୍ରିୟବ୍ରତ ଗୌତମ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ସମାଜସେବୀ ବିମଳେନ୍ଦୁ ପ୍ରଧାନ, ଭିଜିଆର୍‌ଡବ୍‌ଲ୍ୟୁଏ ସଭାପତି ଅଭିରାମ ଶତପଥୀ, ସନ୍‌ସାଇନ୍‌ ହସ୍‌ପିଟାଲ ନିର୍ଦେଶକ ଅୟଶକାନ୍ତ ମହାନ୍ତି, ଫାଇଭ୍‌ଫୋଲ୍ଡ ‌ରିନିଓ୍ବାବେଲ ପ୍ରାଇଭେଟ୍‌ ଲିମିଟେଡ୍‌ ନିର୍ଦେଶକ ପଦ୍ମଲୋଚନ ସାହୁ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply

Your email address will not be published.