ଗାଇସିଲେଟ:- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ କଠଉମାଲ ସ୍ଥିତ ବିରେନ୍ଦ୍ର କୁମାର ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ବିଧାୟକ ସ୍ବର୍ଗତ ବିରେନ୍ଦ୍ର କୁମାର ସାହୁଙ୍କ ୯୧ ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କ ସୁପୁତ୍ର ଗାଇସିଲେଟ ବ୍ଳକ ଅଧ୍ୟକ୍ଷ ତଥା ବିରେନ୍ଦ୍ର କୁମାର ମହାବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଟିଟସ ମହାନନ୍ଦିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଡ଼ିଓ ଲକ୍ଷ୍ମଣ ମାଝି,ଅତିରିକ୍ତ ତହସିଲଦାର ସଂଗୀତା ବଡାଏକ, ପୂର୍ବତନ ମନ୍ତ୍ରୀ ରିତା ସାହୁ,ମମତା ସାହୁ,କେଶ ରଞ୍ଜନ ପଧାନ,ଭୂବନ୍ଦେ ସାହୁ, ସରୋଜ ଶ୍ରିଭୂଷଣ ସାହୁ,ଶରତ କାଲୋ,ରଞ୍ଜନ ପଣ୍ଡା, ସୁଧାମୟୀ ସାହୁ,ମନୋଜ କୁମାର ସାହୁ, ଶେଷଦେବ ପଧାନ,ସୁଶାନ୍ତ ସାହୁ ପ୍ରମୁଖ ମଞ୍ଚାଷିନ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଡ. ଜୟକେତନ ତ୍ରିପାଠୀ ଯୋଗ ଦେଇଥିଲେ । ଗୋଟିଏ ଶିକ୍ଷାନୁଷ୍ଠାନ ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଭାଗିତା ଓ ସହଯୋଗର ଆବଶ୍ୟକ ରହିଛି, ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଦ୍ୱାରା ମହାବିଦ୍ୟାଳୟର ବିକାଶ ଆଗକୁ ଯାଇଥାଏ। ଛାତ୍ରଛାତ୍ରୀ ସାଧନାରତ ଭାବେ ପାଠ ପଢିବା ସହିତ ସଂକଳ୍ପ ନେଇ ଶିକ୍ଷାଲାଭ କଲେ ସିଦ୍ଧାନ୍ତରେ ନିଶ୍ଚିତ ପହଞ୍ଚି ପାରିବେ ବୋଲି ମୁଖ୍ୟଅତିଥି ଟିଟସ ମହାନନ୍ଦିଆ ପ୍ରକାଶ କରିଛନ୍ତି। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ତ୍ରିପାଠୀ ଘାତପ୍ରତିଘାତ ମଧ୍ୟରେ ୯ ବର୍ଷ ଅତିକ୍ରମ କରିସାରିଛି, ଏଠାରୁ ବହୁ କୃତୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ବୋଲି ପ୍ରକାଶ କରିଥିଲେ ଏବଂ ଦୀର୍ଘ ୯ ବର୍ଷ ପରେ ପ୍ରଥମଥର ପାଇଁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଥିବାରୁ ମହାବିଦ୍ୟାଳୟର ଅଧକ୍ଷା ସୁଶ୍ରୀ ଭାବନା ସେଠଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ପ୍ରଦାନ କରିଥିଲେ ।ଏହି ଅବସରରେ ମହାବିଦ୍ୟାଳୟକୁ ୫ ଏକର ଜମି ଦାନ କରିଥିବା ବଲ ପଟେଲ, ବଲିସ ପଟେଲ,ଏକାଦଶିଆ ପଟେଲ ଓ ଗୁରୁ ପାଣ୍ଡେ ଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।ଫାଉଣ୍ଡର ମେମ୍ବର କୈଳାଶ ଚନ୍ଦ୍ର ଯୋଶୀ, ହଜାରୁ ସାହୁ ଓ ସ୍ବର୍ଗତ ଉତ୍ତମ ନନ୍ଦଙ୍କ ତରଫରୁ ତାଙ୍କ ପୁତ୍ର ରାଜେନ୍ଦ୍ର ନନ୍ଦ ଓ ପାଣ୍ଡବ ନନ୍ଦଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ହେମନ୍ତ କୁମାର ପଣ୍ଡା ଓ କୁମୁଦ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶନା ଓ ପରିଚାଳନାରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରୟାସରେ କାର୍ଯ୍ୟକ୍ରମ ଟି ଅତି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବାରୁ ପରିଶେଷରେ ସମ୍ପାଦକ ଦେବେନ୍ଦ୍ର କୁମାର ଯୋଶୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post