ବଡ଼ବିଲରେ ହନୁମାନ ମୁର୍ତ୍ତି ଭାଙ୍ଗିଲେ ଦୁର୍ବୁତ୍ତ : ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ, ଦୋକାନ ବଜାର ବନ୍ଦ

3

ବଡ଼ବିଲ (ଶାସକ ପ୍ରଶାସକ) ଗତକାଲି ବିଳମ୍ବିତ ରାତିରେ ବଡ଼ବିଲ ମଧୁସୂଦନ ଛକ ନିକଟରେ ଥିବା ହନୁମାନ ମନ୍ଦିରରେ ଥିବା ହନୁମାନଙ୍କ ମୂର୍ତ୍ତିକୁ କେହି ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ଜଣା ପଡିବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହନୁମାନଙ୍କ ବିଖଣ୍ଡିତ ମୂର୍ତ୍ତିକୁ ଜବତ କରିଛି। ମୂର୍ତ୍ତି ଭଙ୍ଗା ଘଟଣା ଖବର ପ୍ରଚାର ହେବାପରେ ଶତାଧିକ ଲୋକ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିବା ସହ ବଡ଼ବିଲ ବଜାର ବନ୍ଦ କରିଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ମୁତୟନ ଥିବାବେଳେ ବଡ଼ବିଲ ସହରର ମୁଖ୍ୟ ରାସ୍ତା ସବୁ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି। ବଡ଼ବିଲ ପୁଲିସ ଜଣେ ମାନସିକ ରୋଗୀକୁ ଏହି ମୂର୍ତ୍ତିଭଙ୍ଗା ଘଟଣାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

Leave A Reply

Your email address will not be published.