ଚଇତି ଇଡ଼ିତାଲ -୨୦୨୪ ପାଳନ ଅବସରରେ କବି ସମ୍ମିଳନୀ ତଥା କବିତା ପାଠୋତ୍ସବ

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଉପଖଣ୍ଡ ସ୍ତରୀୟ ଚଇତି ଇଡ଼ିତାଲ -୨୦୨୪ ପାଳନ ଅବସରରେ ଆଜି ଉପ ଜିଲ୍ଲାପାଳ ସମ୍ମିଳନୀ ପ୍ରକୋଷ୍ଠ ରେ କବି ସମ୍ମିଳନୀ ତଥା କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
ଏହାର ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ଉପ ଜିଲ୍ଲାପାଳ ସୁଶ୍ରୀ କିରନ୍ ଦୀପ କୗର ମହୋଦୟା ଥିବା ବେଳେ ଡ଼ ଚନ୍ଦ୍ର ଧ୍ୱଜ ପଣ୍ଡା, ପ୍ରତାପ ରାୟ, ପ୍ରାଣକୃଷ୍ଣ ପାଣିଗ୍ରାହୀ, ଅଂଶୁମାନ ପରିଡ଼ା, ସତ୍ୟଜିତ ନାୟକ ପ୍ରଶାସନିକ ଅଧିକାରୀ ମାନେ ମଞ୍ଚାସିନ ରହି ସାହିତ୍ୟ ପ୍ରସଙ୍ଗରେ ଉଦବୋଧନ ଦେଇଥିଲେ। ତତ୍ ପରେ କବିତା ପାଠୋତ୍ସବ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଅଧିବେଶନର କବିତା ଅସାର ଶଞ୍ଚାର ରେ ବରିଷ୍ଠ କବି ପ୍ରତାପ ରାୟ ସିମାଞ୍ଚଳ କର, ପ୍ରଭାତ କୁମାର ଶତପଥୀ,କୈଳାସ ଦାସ,ପ୍ରାଣକୃଷ୍ଣ ପାଣିଗ୍ରାହୀ, ମଞ୍ଚାସିନ ରହିଥିଲେ। ପ୍ରାୟ ଷାଠିଏ ରୁ ଅଧିକ କବି ଓ କବିୟତ୍ରୀ ଉପସ୍ଥିତ ରହି ନିଜର ସ୍ଵରଚିତ କବିତା ପାଠ କରିଥିଲେ। ଏହି କବିତା ଗୁଡ଼ିକୁ ସାହିତ୍ୟିକ ରମେଶ ମିଶ୍ର ଅଶ୍ୱନୀ ତ୍ରିପାଠୀ ସଂଯୋଜନା କରିଥିବା ବେଳେ କବି ଦୀପକ କୁମାର ପଣ୍ଡା ସହଯୋଗ କରିଥିଲେ। ପରିଶେଷରେ ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

 

Leave A Reply

Your email address will not be published.