ବିଜେପୁର /ସୁଶାନ୍ତ ସାହୁ: ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପହଣ୍ଡି ହାଇସ୍କୁଲରେ ଦୁଇ ଦିନ ଧରି କ୍ରୀଡ଼ା ପ୍ରତିଯୋଗିତା ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଦିବସରେ ମଶାଲ ଶୋଭାଯାତ୍ରା, କ୍ରୀଡ଼ା ପତାକା ଉତ୍ତୋଳନ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା | ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପରିଚାଳନା କମିଟି ସଭାପତି ନିମେଇଁ ଚରଣ ସାହୁ, ଶିକ୍ଷାବିତ୍ ପ୍ରଫୁଲ୍ଲ ପଣ୍ଡା, ଖେଳ ଶିକ୍ଷକ ହୃଦମଣି ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ। ଖେଳ ଶିକ୍ଷକ ସରୋଜ ପୁରୋହିତ ସଭା ପରିଚାଳନା, ନିର୍ମଳ ବାରିକ ଉଦ୍ଦେଶ୍ୟ ଜ୍ଞାପନ ଓ ଗୟାଧର ପଟେଲ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସିଦ୍ଧେଶ୍ଵର ବଗର୍ଷି ଓ ଲିଜା ବର୍ଗେ ଯଥାକ୍ରମେ ବାଳକ ଓ ବାଳିକା ବିଭାଗରେ ଚାମ୍ପିଅନ ହୋଇଥିଲେ। ଏଥିରେ ଗୋବିନ୍ଦ ସାହୁ, ଜ୍ୟୋତିଭୂଷଣ ପଣ୍ଡା, ବିଶ୍ବରଂଜନ ଦାସ, ପ୍ରେମରାଜ ପଟେଲ, ନରେନ୍ଦ୍ର ବାରିହା ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.