ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ସ୍ଥିତ ପାର୍ବତୀ ଗିରି ବୃଦ୍ଧାଶ୍ରମ ଠାରେ ଆସନ୍ତା ତା ୧୯.୧୨.୨୦୨୪ ରିଖ ଗୁରୁବାର ଦିନ ସକାଳ ୮ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ସିନିୟର୍ ସିଟିଜନ ଆସୋସିଏସନ୍ ବିଜେପୁର ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଯାଉଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତୀୟା ଯୋଗଦାନ କରିବା ପାଇଁ ସ୍ଵିକୃତି ପ୍ରଦାନ କରିଥିବାବେଳେ ଡ.ତହସିଲ ସାହୁ ଏବଂ ଡ. ଧନେଶ୍ଵର ରଥ ଡ.ଲୋକନାଥ ମେହେର, ସୁଶ୍ରୀ ନୀବାର କୁମରିଆ, ସୁଶ୍ରୀ ଲଙ୍କା ଦେଇ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର କର୍ମଚାରୀ ବୃନ୍ଦ ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିବେ ବୋଲି ସିନିୟର୍ ସିଟିଜନ ଆସୋସିଏସନ ର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ପ୍ରେମରାଜ ପଟେଲ ଆମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post