ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଦିନିକିଆ ରାୟଗଡ଼ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତିା
ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସମୀକ୍ଷା କରିଥିଲୋ ଏହି ଅବସରରେ ମନ୍ତ୍ରୀ କହିଲେ ଯେ ଆଗାମୀ ପାଞ୍ଚ ବର୍ଷ ଭିତରେ କୌଣସି ଗରିବ ବ୍ୟକ୍ତି ଭୂମିହୀନ ରହିବେ ନାହିାଁ ବର୍ତ୍ତମାନ ଠାରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଅଧିକାରୀଙ୍କୁ ସେ ନିର୍ଦେଶ ଦେଇଥିଲୋ ଶିଳ୍ପ ସଂସ୍ଥା ହେବା ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାରକୁ ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଦେବା ସହ ପରିବେଶ ସୁରକ୍ଷା ପାଇଁ ମଧ୍ୟ ବିଶେଷ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲୋ ୪ ଡ଼ିସିମିଲରୁ କମ୍ ଜମି ଥିବା ବ୍ୟକ୍ତିଙ୍କୁ ମଧ୍ୟ ଭୂମିହୀନ ତାଲିକାରେ ତାଲିକାଭୁକ୍ତ କରାଯିବ ଓ ସେମାନଙ୍କୁ ଜମି ଦିଆଯିବା ବୃହତ ରାଜସ୍ୱ ଗ୍ରାମ ଯୋଗୁଁ ଦୂରରେ ରହିଥିବା ଗ୍ରାମଗୁଡିକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅନ୍ୟୁନ ୨୫୦ ପରିବାର ଥିବା ଗ୍ରାମକୁ ମଧ୍ୟ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତିା ସର୍ବସାଧାରଣ ହେଉଛନ୍ତି ସମ୍ମାନୀୟ ବ୍ୟକ୍ତିା ସେମାନଙ୍କ ଅଭିଯୋଗ ଧୈର୍ଯ୍ୟ ସହକାରେ ଶୁଣି ସେବା ଯୋଗାଇଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲୋ ଏହା ସହିତ ମନ୍ତ୍ରୀ ଜିଲ୍ଲାରେ ଖରିଫ ଧାନସଂଗ୍ରହ ଉପରେ ମଧ୍ୟ ସମୀକ୍ଷା କରିଥିଲୋ ଚାଷୀ ଯେପରି ଠକାମିର ଶିକାର ନ ହେବେ ସେଥିପାଇଁ ଧ୍ୟାନ ଦେବାକୁ ସେ କହିଥିଲୋ
ଏହି ସମୀକ୍ଷା ବୈଠକରେ ରାୟଗଡ଼ ବିଧାୟକ ଶ୍ରୀ ଆପାଲ ସ୍ୱାମୀ କାଡ୍ରାକା, ବିିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିକ୍କା, ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟଓ୍ୱାରୀ, ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ବୀରେନ୍ଦ୍ର କୁମାର କୋରକୋରା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ, ଗୁଣୁପୁର, ସୁଶ୍ରୀ କିରଣଦୀପ କୌର ସାହାଟେ, ଉପଜିଲ୍ଲାପାଳ ରାୟଗଡ, ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ଜିଲ୍ଲାର ସମସ୍ତ ତହସିଲଦାର, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତି ଥିଲୋ
Sign in
Sign in
Recover your password.
A password will be e-mailed to you.