ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ପୁରୁଣା ଜେଲ୍ ପଡ଼ିଆ ତଥା ଉପେନ୍ଦ୍ରଭଞ୍ଜ ଷ୍ଟାଣ୍ଡିୟମ୍ ଠାରେ ଶୁଭାରମ୍ଭ ହୋଇଛି ଆନ୍ତଃରାଜ୍ୟ ପଞ୍ଚମ ମରାଠା ଫୁଟବଲ କପ୍ ପ୍ରତିଯୋଗିତା। ଏହି ଫୁଟବଲ୍ କପ୍ ପ୍ରତିଯୋଗିତା ଡିସେମ୍ବର ୧୫ ରବିବାର ୨୦୨୪ ଠାରୁ ୨୨ ଡିସେମ୍ବର ୨୦୨୪ ରେ ଶେଷ ହେବ।
ଭଞ୍ଜନଗର ମରାଠି ସାହିର ୧୧ ଜଣିଆ ମରାଠା ଫୁଟବଲ୍ କ୍ଳବ୍ ଆନୁକୁଲ୍ୟରେ ଆଜି ଡିସେମ୍ବର ୧୫ ତାରିଖ ରବିବାର ୨୦୨୪ ସଂଧ୍ୟା ୭ଘଣ୍ଟା ୩୦ ମିନିଟ୍ ସମୟରେ ଶୁଭାରମ୍ଭ ହୋଇଛି ୫ ମ ମରାଠା ଫୁଟବଲ କପ୍ ପ୍ରତିଯୋଗିତା। ଉକ୍ତ ପ୍ରତିଯୋଗିତାରେ ଓଡିଶା ରାଜ୍ୟର ଆଠ ଗୋଟି ଫୁଟବଲ୍ ଦଳର ( ପ୍ରତିପକ୍ଷ ) ର ୭ ଜଣିଆ ଖେଳାଳୀ ଙ୍କୁ ନେଇ ରାତ୍ରର ବିସ୍ତିର୍ଣ୍ଣ ଆଲୋକରେ ଖେଳ ଅନୁଷ୍ଠିତ ହେଉଅଛି। ପଞ୍ଚମ ମରାଠା ଫୁଟବଲ ଟ୍ରଫି ର ଶୁଭ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ରୁପେ ଯୋଗଦାନ କରିଥିଲେ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁଜିତ୍ କୁମାର ନାୟକ, ସମ୍ମାନୀତ ଅତିଥି ରୁପେ ଯୋଗଦାନ କରିଥିଲେ ତନରଡା ଠାରେ ଅବସ୍ଥିତ ଭାରତୀୟ ଅଷ୍ଟମ ସ୍ୱତନ୍ତ୍ର ସଂରକ୍ଷିତ ବାହିନୀ ର ଦୁର୍ଗପତି ଶ୍ରୀଯୁକ୍ତ ସୁଧାକର ମିଶ୍ର। ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ରେ ଦଳର ସଭାପତି ଡି.ରଞ୍ଜିତ କୁମାର ଦାସ, ଉପସଭାପତି ଡି.ସୁମନ୍ ରାଓ, ସମ୍ପାଦକ ଡି. ରିକି, କୋଷାଧ୍ୟକ୍ଷ ଏମ୍. ଅର୍ଜୁନ୍ ଙ୍କ ଦ୍ଵାରା ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ମଞ୍ଚ ଉପରକୁ ସ୍ଵାଗତ କରାଯିବା ପରେ ପରେ ମଞ୍ଚରେ ଦୀପ ଧୁପ ପ୍ରଜ୍ବଳନ କରାଯାଇ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନେ ଖେଳ ପଡ଼ିଆରେ ଉପସ୍ଥିତ ଖେଳାଳୀ ମାନଙ୍କ ସହିତ କରମର୍ଦ୍ଦନ ପୂର୍ବକ ପରିଚିତ ହୋଇଥିଲେ। ଏବଂ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ଗୋଡ଼ରେ ଫୁଟବଲ୍ କୁ ମରାଯାଇ ପ୍ରତିଯୋଗିତା ର ଶୁଭାରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଙ୍କ ସହିତ ବିଶିଷ୍ଟ ସିନେମା ଗିତିକାର ଶ୍ରୀ ଜଳନ୍ଧର ବେହେରା ଓ ପୂର୍ବତନ ତଥା ବୟୋଜ୍ୟେଷ୍ଠ ଖେଳାଳୀ ଶ୍ରୀଯୁକ୍ତ ପି.ଆନନ୍ଦ ରାଓ ମଞ୍ଚ ଉପରେ ଉପନିତ ଥିଲେ। ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କୁ ଦେଖିବା ପାଇଁ ସ୍ଥାନୀୟ ନଗରପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, ପୁର୍ବତନ ନଗରପାଳ ଶ୍ରୀ ସୁଧିର ରଞ୍ଜନ ବେହେରା ଙ୍କ ସହିତ ହଜାର ହଜାର ଜନସାଧାରଣ ଓ ଅନେକ ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ। ଏଥିରେ ମଞ୍ଚ ପରିଚାଳନା ତଥା ପ୍ରତିଯୋଗୀତା ର ଖେଳାଳୀ ମାନଙ୍କୁ ନିଜ ବକ୍ତବ୍ୟରେ ଉତ୍ସାହିତ କରି ପ୍ରତିଯୋଗିତା ର ପ୍ରତିଟି ଗୁରୁତ୍ବପୂର୍ଣ୍ଣ ମୂହୁର୍ତ୍ତ କୁ ଜନସାଧାରଣ ଙ୍କୁ ଜଣାଉଥିଲେ, ବିଶିଷ୍ଟ ସାହିତ୍ୟିକ ତଥା ବକ୍ତା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି।
ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଆନ୍ତଃରାଜ୍ୟ ୫ ମ ମରାଠା ଫୁଟବଲ୍ ପ୍ରତିଯୋଗିତା ର ଶୁଭ ଉଦଘାଟନ ଦିବସରେ ଏ. ଗୁରୁଵା ଫୁଟବଲ୍ ଦଳ ମରାଠୀ ସାହି ଭଞ୍ଜନଗର ସହିତ ଜେ.ଡି କ୍ଳବ୍ ଫୁଲବାଣୀ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଖେଳ ବହୁତ ରୋମାଞ୍ଚକର ଥିଲା। ଉଭୟ ପକ୍ଷ ଦଳରୁ ଗୋଟିଏ ଗୋଟିଏ ଗୋଲ୍ ହୋଇ ମ୍ୟାଚ୍ ଡ଼୍ର ହୋଇ ଟ୍ରାଏବେକ୍ ର ସହାୟତାରେ ଏ.ଗୁରୁବା ଦଳ ୪ ଗୋଟି ପେନାଲ୍ଟି ଗୋଲ୍ କରିଥିବା ବେଳେ, ଜେ.ଡି କ୍ଳବ୍ ଫୁଲବାଣୀ ୧ ଗୋଟି ଗୋଲ୍ କରି ପରାଜିତ ହୋଇଥିଲେ। ଅନୁଷ୍ଠିତ ଆନ୍ତଃରାଜ୍ୟ ପଞ୍ଚମ ମରାଠା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ରେ ” ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍” ସାନ ବଜାର ବ୍ରହ୍ମପୁର ତରଫରୁ ୩୧ ହଜାର ଟଙ୍କାର ବିଜେତା ଦଳ ନିମନ୍ତେ ପ୍ରୋଛାହନରାଶି ସହିତ ବିଜେତା ଦଳ ଟ୍ରଫି ପ୍ରଦାନ କରିଥିବାରୁ, ଖେଳ ଆୟୋଜକ ସଦସ୍ୟ ମାନେ ତାଙ୍କୁ ଧନ୍ୟବାଦ୍ ପ୍ରକାଶ କରିଛନ୍ତି। ଆଜିର ଏହି ଶୁଭ ଉଦଘାଟନ ଉତ୍ସବରେ ଏ.କ୍ରିଷ୍ଣା, ଏମ୍.ସନ୍ତୋଷ, ଏ.ରମେଶ, ପି.ରମେଶ, ଏମ୍.ସୁରଜ୍ ଙ୍କ ସହିତ କ୍ଳବ୍ ର ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ ସଂପୁର୍ଣ୍ଣ ସହଯୋଗ କରିଥିଲେ।