ଦେଉଛନ୍ତି କୌତୁକିୟା ବୟାନ -‘ଆଗ ଖବର କର “
ଅସ୍ତରଙ୍ଗ୧୫/୧୨(ଦୁଃଶାସନ ନାୟକ ): :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ବିଭିନ୍ନ ପଞ୍ଚାୟତ କୁ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଛି କିନ୍ତୁ ଖାଲି ପାଇପ ଲାଇନ ବିଛେଇ ଦେଇ ଚୁପ ବସିଚି ବିଭାଗ ଯାହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଅସ୍ତରଙ୍ଗ ରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ଓ ଖଣ୍ଡାସାହି ନଦୀ ବନ୍ଧ ଛକ,ଆଗରେ ବିଦ୍ୟାଳୟ କୁ ପିଲାମାନେ ପିଇବା ପାଇଁ ଦିଆ ଯାଇଥିବା ପାଣି ପାଇପ ଟି ଷ୍ଟାଣ୍ଡ ପୋଷ୍ଟ ନଥିବା କାରଣ ରୁ ମାସ ମାସ ହେଲାଣି ଅନବରତ ପାଣି ବାହାରି ଅଯଥା ଅପଚୟ ହେଉଛି ସେହି ବିଷୟରେ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କିଛି ସୁଫଳମିଳୁନାହିଁ ।ବରଂ ଅଧିକାରୀ କହୁଛନ୍ତି ଯଦି ପାଣି ନଷ୍ଟ ହେଉଛି ତାହାଲେ ତୁମେ ଖବର କରିଦିଅ ଏ କଥା ବିଭାଗୀୟ ଅଧିକାରୀ ଜଣକ କଣ ପାଇଁ କହିଲେ ତାହା ପ୍ରଶ୍ନ ବାଚି ସୃଷ୍ଟି କରିବା ସହ ଚତୁର୍ଥ ସ୍ତମ୍ଭ ପ୍ରତି ଅସମ୍ନାନ ବାର୍ତ୍ତା ସୃଷ୍ଟି କରିଛି,ଅସ୍ତରଙ୍ଗ ବ୍ଲକ ରେ ଦୀର୍ଘ ଦିନ ଧରି ଏକ ବଡ଼ ସମସ୍ୟା ଭାବେ ରହି ଆସିଛି ପାନୀୟ ଜଳ ସମସ୍ୟା ।ବ୍ଲକ ର ନଗର, ଅଳସାହି, ନୂଆଗଡ଼, ଝାଡ଼ଲିଙ୍ଗ, ପାଟଳଦା, ଛୁରିଆନା, ଶିଶୁଅ ପ୍ରଭୁତି ପଞ୍ଚାୟତ ର ଲୋକମାନେ ପିଇବା ପାଣି ଟିକେ ପାଇଁ ଡହଳ ବିକଳ ହେଉଥିବା ବେଳେ ଏଠି ହଜାର ହଜାର ଲିଟର ପାଣି ଅଯଥା ବୋହି ଯାଉଛି ଯାହାଫଳରେ ପାଣି ପ୍ରେସର କମିବାରୁ ଉପରମୁଣ୍ଡରେ ଥିବା ଲୋକମାନେ ପିଇବା ପାଣି ପାଇବା ରୁ ବଞ୍ଚିତ ହେଉଛନ୍ତି। ଏଠାରେ ଏକ ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ କି ଗୋଟେ ସ୍କୁଲ ପରିସରରେ ଏପରି ସମସ୍ୟା ଥିଲେ ମଧ୍ୟ ତାର ସମାଧାନ ହୋଇପାରୁନି ।ଉକ୍ତ ବିଷୟରେ ବିଭାଗୀୟ ଯନ୍ତ୍ରୀ ସତ୍ୟ ମହାନ୍ତି କୁହନ୍ତି ମୁଁ କିଛି ଜାଣିନି ତୁମେ ଖବର କର ତା ପରେ ଦେଖିବା । ସେ ଯାହା ହେଉନା କାହିଁକି ତୁରନ୍ତ ବିଭାଗୀୟ ଅଧିକାରୀ ମାନେ ଉକ୍ତ ସମସ୍ୟା କୁ ଗୁରୁତର ସହିତ ଗ୍ରହଣ କରି ଯଥା ଶୀଘ୍ର ସେଠି ଏକ ଷ୍ଟାଣ୍ଡ ପୋଷ୍ଟ କାମ ସାରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନ ରେ ମିଳିତ ସାମ୍ବାଦିକ ମଞ୍ଚ ତରଫରୁ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଏ ସମସ୍ୟା ର ସମାଧାନ ପାଇଁ ଅଭିଯୋଗ କରାଯିବା ନେଇ ସାମ୍ବାଦିକ ଙ୍କ ଭିତରେ ଆଲୋଚନା ହୋଇଛି l