ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବଡ଼ବୋରସିଙ୍ଗି ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ଅନୁଷ୍ଠାନ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ଶିକ୍ଷା ଅନୁଷ୍ଠାନ ର ଛାତ୍ରଛାତ୍ରିଙ୍କ ଦ୍ଵାରା ବିଭିନ୍ନ ଖେଳକୁଦ ଅନୁଷ୍ଠାନ ର ଗୁରୁଜୀ, ଗୁରୁମା ଏବଂ ପ୍ରଧାନ ଗୁରୁଜୀ ଅପୃର୍ବ ଭୋଳ ଏବଂ ସ୍ଥାନିୟ ନୋଡାଲ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନକୁଳ ପ୍ରଧାନଙ୍କ ସହଯୋଗ ରେ ପରିଚାଳିତ ହୋଇଯାଇଛି, ତିନିଦିନଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତଯୋଗୀତା ର ଉଦଯାପନୀ ଉତ୍ସବ ରେ କୃତି ଛାତ୍ରଛାତୃଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ବିଷୋୟୀ ପରିଚାଳନା କରି ଥିଲେ i ସମ୍ପାଦକ ଏସ ସିମାଞ୍ଚଳ ପୃଷ୍ଟି ବାର୍ଷିକ ବିବରଣୀ ପାଠ କରିବା ସହ ସ୍ୱାସ୍ଥ୍ୟପାଇଁ କ୍ରୀଡାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ i କାର୍ଯ୍ୟକ୍ରମରେ ବହୁ ଅଭିଭାବକ, ଅଭିଭାବିକା ଉପସ୍ଥିତ ଥିଲେ i
Sign in
Sign in
Recover your password.
A password will be e-mailed to you.
Prev Post
Next Post