ବାଇକ୍ ଦୁର୍ଘଟଣା ରେ ଯୁବକ ମୃତ

2

ନୂଆଗାଁ:ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ମାଇଛେଳି ଜଙ୍ଗଲ ନିକଟରେ ବାଇକ୍ ଦୁର୍ଘଟଣା ରେ ନବ କିଶୋର ସେନାପତିଙ୍କ ମୃତ୍ୟୁ ହୋଇଥିବା ନେଇ ସୁଦର୍ଶନ ସେନାପତି ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଥାଉକି ନୟାଗଡ ଜିଲ୍ଲା ରଣପୁର ଥାନା ଗମ୍ଭାରୀ ଖୋଲ ଗ୍ରାମର ପରିକ୍ଷିତ ସେନାପତିଙ୍କ ପୁଅ ନବକିଶୋର ସେନାପତି ଭଣଜା ବିବାହରେ ଯୋଗଦେବା ପାଇଁ ମସ୍କାବାରୀ ଗ୍ରାମକୁ ଆସିଥିଲେ।ଗତକାଲି ରାତ୍ର ୧୦ ଟା ସମୟରେ ମସ୍କାବାରୀ ଗ୍ରାମରୁ ଭଣଜା ବିବାହ ବରଯାତ୍ରୀ ରେ ଏକ ବାଇକ୍ ଗାଡି ନଂ( ଓଡ଼ି ୨୫ ୩୦୧୭ ) ରେ ମହିପୁର କଲ୍ୟାଣ ମଣ୍ଡପ ଅଭିମୁଖେ ଯାଉଥିବା ବେଳେ ସମ୍ପଡା – ମାଇଛେଳି ରାସ୍ତା ମଧ୍ୟରେ ପଛରୁ ଆସୁଥିବା ଏକ ବାଇକ୍ ଗାଡି ନଂ (ଓଡି ୦୨ ବି ଆର୍ ୨୧୯୧ ) ଧକ୍କା ଦେବାରୁ ନବକିଶୋର ଆଗରେ ଯାଉଥିବା ବାଇକ୍ ରୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ।ସଙ୍ଗେ ସଙ୍ଗେ ତାଙ୍କ ପରିବାର ଲୋକ ଏକ କାର୍ ରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।ସେଠାରେ ଡାକ୍ତର ନବକିଶୋର ସେନାପତିଙ୍କୁ ମୃତ ଘୋଷଣା କରିଥିଲେ।ଏ ନେଇ ନୂଆଗାଁ ଥାନା ରେ ନବକିଶୋର ଙ୍କ ବଡ଼ଭାଇ ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।ନୂଆଗାଁ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ସବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥବା ସୂଚନା ମିଳିଛି।

Leave A Reply

Your email address will not be published.