ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବିଭିନ୍ନ ସମୟରେ ଟ୍ରାଫିକ୍ ନିୟମ ନମାନି ବହୁ ଲୋକ ଦୂର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଉଥିବା ବେଳେ କିଛି ଲୋକ ଗୁରୁତର ଆହତ ହୋଇ ଅକର୍ମଣ୍ୟ ହୋଇଯାଇଥାନ୍ତି I ଏହି ଦୁର୍ଘଟଣାକୁ ଜନ ସଚେତନତା ଦ୍ୱାରା ହିଁ ରୋକାଯାଇପାରିବ ହୃୟଙ୍ଗମ କରି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ଥାନା ପକ୍ଷରୁ ବିଭିନ୍ନ ସଚେତନତା ମୂଳକ କରାଯାଇଆସୁଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ବାଣତୂମ୍ବ ଛକ ଏବଂ ଜଗନ୍ନାଥପ୍ରସାଦ ରୋଡ଼୍ ଛକରେ ଅପରାହ୍ଣ ଦୁଇ ଘଣ୍ଟାରୁ ଚାରି ଘଣ୍ଟା ତିରିଶ ମିନଟ୍ ସମୟ ପର୍ଯ୍ୟନ୍ତ ଲୋକଙ୍କୁ ଲିଫ୍ଲେଟ୍ ବାଣ୍ଟି ଟ୍ରାଫିକ୍ ନିୟମ ମାନିବା ପାଇଁ ସଚେତନ କରାଯାଇଥିଲା I ମୁଖ୍ୟାତଃ ଦ୍ରୁତ ଗତିରେ ଗାଡ଼ି ନଚଳାଇବା,ମୋଟରସାଇକେଲ୍ ରେ ଦୁଇ ଜଣରୁ ଅଧିକ ବ୍ୟକ୍ତି ନଯିବା, ଉଭୟ ମୋଟରସାଇକେଲ୍ ଚାଳକ ଏବଂ ଆରୋହୀ ହେଲମେଟ୍ ପିନ୍ଧିବା,ଡ୍ରାଇଭିଂ ଲାଇସେନ୍ସ୍ ନଥିବା ଛାତ୍ର ଛାତ୍ରୀଙ୍କୁ ଗାଡ଼ି ନଦେବା, ମଦ୍ୟପାନ କରି ଗାଡ଼ି ନଚଳାଇବା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା I ଏହି ଅବସରରେ ଗାଡ଼ି ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଯାଇଥିଲା I ଏଥିରେ ଏସ୍ଆଇ ନାରାୟଣ ନାୟକ, ଏଏସ୍ଆଇ ଅନୁ ମଲ୍ଲିକଙ୍କ ସମେତ ବେଲଗୁଣ୍ଠା ଥାନାର ସବୁ ପୋଲିସ୍ କର୍ମଚାରୀ ଏବଂ ଭୁବନେଶ୍ଵରରୁ ଆସିଥିବା ଇଆଇସି ସ୍ଵେଚ୍ଛାସେବୀ ସଂଗଠନର ମୁଖ୍ୟ ଚକ୍ରଧର ମହାରଣା, ମୃତ୍ୟୁଞ୍ଜୟ ମୁଦୁଲି, ମନୋଜ ସାହୁ, ଗଦାଧର ମହାରଣା ଏବଂ ମୁନା ଭଟ୍ଟ ପ୍ରମୁଖ ସାମିଲ୍ ଥିଲେ I ବର୍ତ୍ତମାନ ଲୋକଙ୍କୁ ବାରମ୍ବାର ସଚେତନ କରାଇବା ପରେ ମଧ୍ୟ ଯଦି ଗାଡ଼ି ଚାଳକ ମାନେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରନ୍ତି ତେବେ ଆଗାମୀ ଦିନରେ ସମ୍ପୃକ୍ତ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେଲଗୁଣ୍ଠା ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.