ପଦ୍ମପୁର :- ରାଜବୋଡ଼ାସମ୍ବର ବ୍ଲକ ପଦମପୁର ବିଇଓ ଅଫିସ୍ ଆନୁକୁଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୪ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବି .ଡି .ଓ .
ଶ୍ରୀ ଦେବାଶିଷ ସିହ୍ନା ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବାବେଳେ ଆନ୍ତର୍ଜାତିକ ଚେସ୍ ଖେଳାଳୀ ତଥା ଓଡ଼ିଶା ମାଇନିଙ୍ଗ କର୍ପୋରେସନର ଡେପୁଟି ମ୍ୟାନେଜର ଶ୍ରୀ ସୌନ୍ଦର୍ଯ୍ୟ ପ୍ରଧାନ ଯିଏ କି ଜଣେ ଦିବ୍ୟାଙ୍ଗ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ତାଙ୍କ ବକ୍ତବ୍ୟ ରେ ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ସବୁଥିରେ ସକ୍ଷମ ତାହା ପ୍ରମାଣିତ କରି ସମସ୍ତଙ୍କର ମନ ଜିଣି ନେଇଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଶ୍ରୀ କେଶରଞ୍ଜନ ପ୍ରଧାନ, ଏନ୍.ଏ.ସି କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ମାଝୀ ଯୋଗଦାନ୍ କରିଥିଲେ। ଏହି ସଭାରେ ଏ .ବି .ଇ. ଓ ଶ୍ରୀ ଶିବପ୍ରସାଦ ଯୋଶୀ, ଶ୍ରୀ ରାମସିଂ ଭୋଇ ଓ ଶ୍ରୀ ବିଶିକେସନ ଶତପଥୀ ଉପସ୍ଥିତ ଥିଲେ। ସଭା ଆରମ୍ଭରୁ ଅତିଥି ମାନଙ୍କ ଦ୍ୱାରା ମା ସମଲେଇ ଓ ଶ୍ରୀ ଗଣେଶଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଥମେ ଶପଥ ପାଠ କରାଯାଇଥିଲା ଓ ବି .ଆର. ଟି . ଶ୍ରୀ ଭଗବାନ ତରିଆ ବାର୍ଷିକ ବିବରଣୀ ପଠନ କରିଥିଲେ।ସମସ୍ତ ବକ୍ତା ନିଜ ନିଜର ବକ୍ତବ୍ୟରେ ଦିବ୍ୟାଙ୍ଗ ମାନଙ୍କୁ ଉତ୍ସାହିତ କରିଥଲେ। ଏହି ଅବସରରେ ବ୍ଲକରେ ଥିବା ଚାରିଜଣ ଦିବ୍ୟାଙ୍ଗ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ତାଙ୍କର ନିରବଚ୍ଛିନ୍ନ ସେବା ନିମନ୍ତେ ସମ୍ମାନୀତ କରାଯାଇଥିଲା। ସମଗ୍ର ଶିକ୍ଷା ବରଗଡ଼ ତରଫରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ହୁଇଲ୍ ଚେୟାର ପ୍ରଦାନ କରାଯାଇଥିଲା। ଭିନ୍ନକ୍ଷମ ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଭାରସାମ୍ୟ, ଚିତ୍ରାଙ୍କନ, କଣ୍ଠ ସଙ୍ଗୀତ ଓ ମିଉଜିକ୍ ଚେୟାର ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବି. ଆର .ଟି ଶ୍ରୀ ପ୍ରଭାତ ସାହୁ ଓ ଶ୍ରୀ ତରାଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଶ୍ରୀ ଦିଲୀପ ଭୋଇ ଓ ଶ୍ରୀ ସୁରେଶ ଚୌହାନ କାର୍ଯକ୍ରମଟିର ସଂଯୋଜନା କରିଥିବା ବେଳେ ଏଥିରେ ସହଯୋଗ କରିଥିଲେ ଶ୍ରୀ ଆଶିଷ ବୈକାର, ଶ୍ରୀ ସଞ୍ଜୟ ପଟେଲ, ଶ୍ରୀ ରବି ନାରାୟଣ ପଣ୍ଡା, ଶ୍ରୀ ସଞ୍ଜୀବ ବାରିକ, ଶ୍ରୀ ବୀର କିଶୋର ସାହୁ, ଶ୍ରୀ ଜଗଦାନନ୍ଦ ତୁରିଆ, ଶ୍ରୀ ମନୋଜ ସାହୁ ଓ ବ୍ଲକର ସମସ୍ତ ସି. ଆର୍ .ସି .ସି ତଥା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ।ପରିଶେଷରେ
ଶ୍ରୀ ନେତ୍ରାନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀ ନିରୋଜ ଦୋରା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥଲେ।
Sign in
Sign in
Recover your password.
A password will be e-mailed to you.