ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ

0

ନବରଙ୍ଗପୁର, ୩/୧୨/୨୦୨୪, ଅଶୋକ ସାହୁ, ଶାସକ ପ୍ରଶାସକ,ଭିନ୍ନକ୍ଷମ ଦିବସ ଅବସରରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଆଶାକିରଣ (ମାନସିକ ଅନଗ୍ରସର ପିଲାଙ୍କ ନିମନ୍ତେ ଶିକ୍ଷା ଓ ବୈଷୟିକ ତାଲିମ କେନ୍ଦ୍ର) ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଫଳ ଓ ବିସକୁଟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତି ଯୋଗ ଦେଇଥିଲେ ।

ଅନ୍ୟାନ୍ୟ ଅତିଥି ଭାବେ ପରିବାର ବିଚାର ବିଭାଗୀୟ ଜର୍ଜ ଶ୍ରୀମତୀ ଲିଲିପ୍ତା ପସାୟତ, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର, ଅତିରିକ୍ତ ଜିଲ୍ଲା ଜର୍ଜ (ପୋକସୋ) ଶ୍ରୀଯୁକ୍ତ ବାସୁଦେବ ଆଚାର୍ଯ୍ୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରପ୍ତ ସଚିବ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା, ବରିଷ୍ଟ ଦେବାନୀ ଜର୍ଜ ଶ୍ରୀମତୀ ମୋନିତା ତ୍ରିପାଠୀ, ବରିଷ୍ଟ ଦେବାନୀ ଜର୍ଜ, ନବରଙ୍ଗପୁର (ମହିଳା କୋର୍ଟ) ଶ୍ରୀମତୀ ସୁଦୀପା ପାତ୍ର, ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ପ୍ରଜ୍ଞା ପଣ୍ଡା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀଯୁକ୍ତ ରାଜେଶ କୁମାର ମିଶ୍ର, ଉପ ମୁଖ୍ୟ ଏଲଏଡ଼ିସି, ଶ୍ରୀ ରାଜ କିଶୋର ନାଗ ଓ ଆଶା କିରଣ ସ୍କୁଲର ଅଧକ୍ଷ୍ୟ ଶ୍ରୀଯୁକ୍ତ ଜଗନ୍ନାଥ ବେହେରା ଯୋଗ ଦେଇଥିଲେ ଓ ପିଲାଙ୍କ ସହ ନାଚ ଗୀତ ମାଧ୍ୟମରେ ଭିନ୍ନକ୍ଷମ ଦିବସ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

Leave A Reply

Your email address will not be published.