ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୨/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ ଅନ୍ତର୍ଗତ ଘୋଡାଖୁନ୍ଟା ଓ ଜୁନାପାଣି ସର୍କେଲ ର ୭୧ ଜଣ ହିତାଧିକାରୀଙ୍କୁ ଆଜି ଡାବୁଗାଁ ରାଜସ୍ବ ବିଭାଗ ତରଫରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତରା,ବିଡିଓ ଶରତ ମାଝୀ ଓ ତହସିଲଦାର ହରି ଓମ ଭୋଇ ଯୋଗ ଦେଇଥିଲେ। ଘୋଡାଖୁନ୍ଟା ସର୍କେଲ୍ ଅନ୍ତର୍ଗତ ବୋରିଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ମେଣ୍ଡ୍ରି ଗୁଡା ଗ୍ରାମ ର ୫୧ ଜଣ ହିତାଧିକାରୀଙ୍କୁ ଅତିଥି ମାନେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିବା ବେଳେ ଜୁନା ପାଣି ସର୍କେଲ ଅନ୍ତର୍ଗତ ଜୁନା ପାଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୨୦ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ପୂର୍ବରୁ ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇ ଥିବା ବେଳେ ପ୍ରଶାସନ ତରଫରୁ ମଞ୍ଜୁର ପରେ ପଟ୍ଟା ପ୍ରଦାନ କରାଯାଇଥିଲା। ଦୀର୍ଘଦିନ ଧରି ଜଙ୍ଗଲ ଜମି ପଟ୍ଟା ଆବେଦନ କରିଥିବା ହିତାଧିକାରୀ ମାନେ ପଟ୍ଟା ପାଇବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର,ବିଜେଡି ନେତା ଏମ ଆପ୍ପା ରାଓ, ବୋରିଗାଁ ସରପଞ୍ଚ ଶୁକ୍ରୁ ଭତରା, ଜୁନାପାଣି ସରପଞ୍ଚ ଦୟାନିଧି ଭତରା, ଘୋଡା ଖୁଣ୍ଟା ରାଜସ୍ବ ନିରୀକ୍ଷକ ଗଙ୍ଗାଧର ମହାଙ୍କୁଡ, ଜୁନାପାଣି ରାଜସ୍ବ ନିରୀକ୍ଷକ କେ ମଦାଳସା, ପିଇଓ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.