ପଦ୍ମପୁର:- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ପରିଷଦ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷଣ କୌଶଳ , ବ୍ୟବହାରିକ କୌଶଳ ତଥା ଶିକ୍ଷାନୁଷ୍ଠାନ ର ନୀତିନିୟମ ସମ୍ବନ୍ଧୀୟ ଜ୍ଞାନ ର ଅଭିବୃଦ୍ଧି ସମେତ ଦକ୍ଷତା ବିକାଶ ନିମିତ୍ତ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିର ର ପ୍ରଥମ ପର୍ଯ୍ୟାୟ ଉଦଘାଟିତ ହୋଇଯାଇଛି।ରାଜବୋଡାସମ୍ବର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଭଟଲି ବ୍ଲକ୍ ର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ୍ ପଟ୍ଟନାୟକ ଏବଂ ସାଧନକର୍ମୀ ଭାବେ ଶ୍ରୀ ରାଜେଶ କୁମାର ଖମାରୀ,ଶ୍ରୀ ଟିକେଶ୍ଵର ପ୍ରସାଦ ପଟେଲ, ଶ୍ରୀ ଚିତ୍ତରଞ୍ଜନ ସାହୁ ଏବଂ ଶ୍ରୀ ଅରିନ୍ଦମ ମହାନ୍ତି ଯୋଗଦେଇଥିଲେ। ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ବାରା ଶ୍ରୀ ଗଣେଶ ଓ ମା ସରସ୍ବତୀ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରାଯାଇଥିଲା । ନୂତନ ଭାବେ ବିଭାଗ(କ), ସିନିୟର କୁ ପ୍ରମୋସନ ପାଇଥିବା ବରିଷ୍ଠ ଗୋଷ୍ଠୀ ଅଧିକାରୀ ଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମସ୍ତ ଅତିଥି ଏହି ତାଲିମ ଶିବିର ସମ୍ପର୍କରେ ନିଜ ନିଜ ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ । ଉକ୍ତ ତାଲିମ ଶିବିର ରେ ଗାଈସିଲେଟ,ପାଇକମାଳ,ଝାରବନ୍ଧ ଏବଂ ରାଜବୋଡ଼ାସମ୍ବର ର ୬୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେବା ପାଇଁ ଯୋଗଦାନ କରିଥିଲେ ।ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଅତିଥି ପରିଚୟ ସହ ସଭା ର ସଂଯୋଜନା କରିଥିବାବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରୀତିରଶ୍ମୀ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ସଭା କୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ଅକୁଣ୍ଠ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.