ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

0

ନୂଆଗାଁ: ୧/୧୨ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ଗ୍ରାମରେ ଥିବା କଲ୍ୟାଣୀ ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଦ୍ୟାଳୟର ସହକାରୀ ଶିକ୍ଷକ ନରୋତ୍ତମ ଦାସ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ କଲ୍ୟାଣୀ ଦେବିଙ୍କର ପ୍ରତିମୃତ୍ତି ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। କଲ୍ୟାଣୀ ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କବିତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମାଇଛେଳି ଗ୍ରାମପଞ୍ଚାୟତ ର ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ , ସଂପଡା କ୍ଲଷ୍ଟର ସି ଆର୍ ସି ସି କୈଳାଶ ନାୟକ, ଚିନ୍ତାମଣି ବିଦ୍ୟାପିଠର ଶିକ୍ଷକ ବିନାୟକ ପରିଡା, ଡି.ଆଇ.ଇ.ଟି ମନୋରଞ୍ଜନ ଦାସ , କଲ୍ୟାଣୀ ଦେବି ବିଦ୍ୟାଳୟ ର ପୁରାତନ ଶିକ୍ଷକ ଅଶୋକ କୁମାର ପଣ୍ଡା , ପ୍ରସନ୍ନ କୁମାର ନାୟକ ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଙ୍କର ବେହେରା ଓ ଚନ୍ଦ୍ରମଣି ବେହେରା ଯୋଗଦେଇ ଅବସର ଗ୍ରହଣ କରିଥିବା ସହ ଶିକ୍ଷକ ନରୋତ୍ତମ ଦାସ ଙ୍କୁ ମାନପତ୍ର , ଉତ୍ତରୀୟ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ସେ କିପରି ଛାତ୍ର ବତ୍ସଳ ,ସମୟାନୁବର୍ତ୍ତୀ , ପରୋପକାରୀ , ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ ସେ ଉପରେ ମଞ୍ଚାସିନ ଅତିଥି ଓ ଛାତ୍ରଛାତ୍ରୀ ଅଭିଭାବକ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଆଜିର ଏହି ସଭାରେ ମାଇଛେଳି ଗ୍ରାମର ଅବସର କାଳିନ ପ୍ରଧାନ ଶିକ୍ଷକ ଜଗନ୍ନାଥ ବେହେରା, ବ୍ରଜବନ୍ଧୁ ବେହେରା ଙ୍କୁ ସମ୍ମାନୀତ କରିବା ସହିତ କଲ୍ୟାଣୀ ଦେବୀଙ୍କର ନାତି ସଂପଡା ଗ୍ରାମର ବିକ୍ରମ କେଶରୀ ନାୟକ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବଡଗୋଠ ୟୁପି ସ୍କୁଲର ଶିକ୍ଷକ ତଥା ଓଷ୍ଟାର ରାଜ୍ୟ ଯୁଗ୍ମ ସମ୍ପାଦକ କବିରାଜ ବିଶ୍ବାଳ ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ସତ୍ୟ ନାରାୟଣପୁର , କାଣିଗିରି , ଟଭାପଲି , କୃଷ୍ଣଚଦ୍ରପୁର ,ମାଇଛେଳି ର ପୁରାତନ ଓ ବାର୍ତ୍ତମାନର ଛାତ୍ର ଛାତ୍ରୀ ମାନଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.