ଜିଲ୍ଲାସ୍ତରୀୟ, 37 ତମ ବିଶ୍ବ ଏଡସ ଦିବସ- 2024 ପାଳିତ।

0

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)01/12 କଳାହାଣ୍ଡି ଜିଲ୍ଲା ସ୍ତରୀୟ 37 ତମ ବିଶ୍ବ ଏଡସ ଦିବସ-2024 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବେଦାନ୍ତ ଆଲୁମିନିୟମ ତରଫରୁ ସ୍ଥାନୀୟ ଟାଉନ ହଲ ଭବାନୀପାଟଣା ଠାରେ ପାଳନ କରାଯାଇଛି। ଏହି ଅବସରେ ଜିଲ୍ଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଟାଉନ ହଲ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନୀହା ରେନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଟାଉନ ହଲ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ,ଡା ରାକେଶ ସାହୁ, ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ, ଭବାନୀ ଶଙ୍କର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଏ ଜି ଏମ୍, ବେଦାନ୍ତ ସୁଜିତ୍ ସାହୁ, ସଚିନ ତୁଙ୍ଗେ,ସି ଏସ୍ ଆର୍, ବେଦାନ୍ତ, ଦିଲୀପ ପ୍ରଜାପତି, ମୁଖ୍ୟ ବକ୍ତା ଭାବେ ସତ୍ୟନାରାୟଣ ମହାପାତ୍ର ଯୋଗଦେଇ ବିଶ୍ବ ଏଡସ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏଡସ ଭଲି ଏକ ଦୁରାରୋଗ୍ୟ ବ୍ୟାଧି ରୁ ବିଶେଷ କରି ଯୁବପିଢ଼ି ଛାତ୍ରଛାତ୍ରୀ କିପରି ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟ ଙ୍କୁ ସୁରକ୍ଷା କରାଯାଇ ପାରିବ ସେ ଦିଗରେ ବ୍ୟାପକ ସଚେତନତା ର ଆବଶ୍ୟକତା ର ଗୁରୁତ୍ୟ ଥିବା ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା ପଣ୍ଡା ମାରାତ୍ମକ ରୋଗ ଏଡସ ର କାରଣ ଓ ତାର ନିରାକରଣ ସମ୍ପର୍କରେ ସୂଚନା ଦେଇଥିଲେ। ନିଜ କୁ ସୁସ୍ଥ ରଖିବା ସହିତ ଏକ ନିରୋଗ ଓ ସୁସ୍ଥ ସମାଜ ଗଠନ ରେ ସମସ୍ତ ଙ୍କ ପାଇଁ ଯୋଗା ର ଆବଶ୍ୟକତା ଥିବା ଡା ପଣ୍ଡା କହିଥିଲେ। ଏହି ସବୁ କାର୍ଯ୍ୟକ୍ରମ କୁ ଜିଲ୍ଲା ଏଚଆଇଭି, ଏଡସ ପରାମର୍ଶ ଦାତା ରାମଚନ୍ଦ୍ର ବସନ୍ତିଆ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତା ର ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ରାମଚନ୍ଦ୍ର ବସନ୍ତିଆ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.