ପଦ୍ମପୁର :- ଓଡିଶାର ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଶ୍ରୀ ସନ୍ତୋଷ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ମାସିକ ବିବରଣୀ ପାଠ କରିଥିଲେ. ଓ ଆସନ୍ତା ଜାନୁଆରୀ ମାସର 18,19ଓ 20ତାରିଖ ତିନିଦିନ ଧରି ନାଟ୍ୟ ମହୋତ୍ସବ କରାଯିବ।ଏହି ରାଜ୍ୟ ସ୍ତରୀୟ ନାଟ୍ୟ ମହୋତ୍ସବ ରେ ମୋଟ 9ଟି ନାଟକ ମଞ୍ଚସ୍ଥ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ପ୍ରଦାନ କଲେ।ଆସନ୍ତା ଡ଼ିସେମ୍ବର ମାସ 31 ତାରିଖରେ ସିରଜିନା ମଧ୍ୟ ରାତ୍ର କବିତା ପାଠ କରାଯିବାକୁ ସ୍ଥିର କରାଗଲା।ଶେଷରେ ଉପସଭାପତି ଏହି ସଭାରେ କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ଚନ୍ଦ୍ର ନାଥ, ଶ୍ରୀ ଶେଷଦେବ ମେହେର,ଶ୍ରୀ କିଶୋର ପାତ୍ର ,ଶ୍ରୀ କୁଞ୍ଜବିହାରୀ ସରାଫ ,ଶ୍ରୀ ପ୍ରସନ୍ନ ରଣା, ଶ୍ରୀ ବିଦ୍ୟାଧର ଦାଶ, ଶ୍ରୀ ସୁବାସ ସାହୁ , ଶ୍ରୀ ପୌଲସ୍ତ୍ୟ ସାହା ,ଶ୍ରୀ ସନ୍ତୋଷ ସିଂହ ଠାକୁର, ଶ୍ରୀ ନସିବ ଗୁର୍ଲ୍ଲା, ଦିନେଶ ଦାଶ ଓ ବବୁଲୁ କୁମ୍ଭାର ଯୋଗଦାନ କରିଥିଲେ। ପରିଶେଷରେ ଉପ ସଭାପତି ଶ୍ରୀ ଆଦିତ୍ୟ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post