ଉର୍ଜା ସଂରକ୍ଷଣ ର ମହତ୍ତ୍ଵ ସମ୍ବନ୍ଧୀୟ ଜ୍ଞାନର ପରୀକ୍ଷଣ ନିମନ୍ତେ ଏନର୍ଜି କ୍ଲବ ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ l
ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉର୍ଜା ସଂରକ୍ଷଣ ର ମହତ୍ତ୍ଵ ସମ୍ବନ୍ଧୀୟ ଜ୍ଞାନର ପରୀକ୍ଷଣ ନିମନ୍ତେ ଏନର୍ଜି କ୍ଲବ ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ର ୧୬୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।ଉକ୍ତ ପ୍ରତିଯୋଗିତା ରେ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ,ପଦ୍ମପୁର ର ଛାତ୍ର ମଳୟ ମେହେର ପ୍ରଥମ ସ୍ଥାନ ଏବଂ ପିୟୁଷ ରଞ୍ଜନ ବେହେରା ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପୁରେନା ର ଛାତ୍ରୀ ଜ୍ୟୋତିର୍ମୟୀ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ ।କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ରାଶି ସମେତ ବିଜେତା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ପାର୍ଟିସିପେସନ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ପୁରେନା ର ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଯୋଗଦାନ ଦେଇ ସହଯୋଗ କରିଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରୀତିରଶ୍ମି ସେଠ୍ ସଂଯୋଜନା କରିଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ଝଗରା ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚ଼ାରୀ ପ୍ରତିଯୋଗିତାକୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ନିଜସ୍ବ ଦାୟିତ୍ବ କୁ ସୁଚାରୁରୂପେ ପାଳନ କରିଥିଲେ ।