ଚାଷୀ ମୁଣ୍ଡରେ ଚଡକ

0 1

ବିଜେପୁର /ସୁଶାନ୍ତ ସାହୁ : କିଏ ବିକିବାକୁ ସଜବାଜ ହେଉଥିବା ବେଳେ ଆଉ କିଏ ଅମଳ କରିବାକୁ ଅଣ୍ଟା ଭିଡ଼ିଥିଲା l ହେଲେ ଏଭଳି ସମୟରେ ଅଦିନିଆ ବର୍ଷା ଚାଷୀର ମୁଣ୍ଡରେ ଚଡ଼କ ପକାଇ ଦେଇଛି l ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ସମସ୍ତ ଅଞ୍ଚଳରେ ଲଘୁଚାପ ଜନିତ ଅଦିନିଆଁ ବର୍ଷା ଯୋଗୁଁ ଚାଷୀଙ୍କ ଅମଳ ଓ ଅମଳକ୍ଷମ ଧାନ ସବୁ ଭିଜି ଓଦା ହୋଇଥିବା ବେଳେ ବର୍ଷା ଯୋଗୁଁ ଚାଷ ଜମିରେ ଧାନ‌ଗଛ ଶୋଇ ପଡିଛି। ଏହାକୁ ଦେଖୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି l କଣ କରିବ ଭାବି ପାରୁନାହିଁ ପ୍ରଶାସନ ପକ୍ଷରୁ ସମସ୍ତ ଧାନ ମଣ୍ଡି ଖୋଲି ସାରିଛି l ଚାଷୀ ଧାନ ବିକ୍ରି କରିବାକୁ ଅମଳ କରି ବିଭିନ୍ନ ସ୍ଥାନରେ ରଖିବା ସହ ଅନେକ ଚାଷୀ ଧାନ କାଟି ଚାଷ ଜମିରେ ପେଟା ପକାଇଛନ୍ତି l ଏଭଳି ସମୟରେ ଲଘୁଚାପ ଜନିତ ଅଦିନିଆଁ ବର୍ଷା କାଳ ସାଜିଥିବାରୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି l ଧାନକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ତାରପୋଲିନ ଓ ଜରି ଘୋଡାଇ ରଖିବାର ଦେଖାଯାଇଛି l  ସରକାର ଏଫଏକ୍ୟୁ ମାନର ଧାନ କେବଳ କିଣିବେ ବୋଲି କୁହାଯାଉଥିବା ବେଳେ ଏବେ ଅଦିନିଆ ବର୍ଷାରେ ଭିଜିଥିବା ଧାନକୁ ନେଇ ଚାଷୀ କଣ କରିବ ଚିନ୍ତାରେ | ଚାଷୀମାନେ କଟନୀ ଛଟନୀ ର ସମ୍ମୁଖୀନ ହେବେ ନାହିତ ! ଅଭାବୀ ବିକ୍ରି ର ସମ୍ମୁଖୀନ ହେବେ ନାହିଁତ ! ଏପରି ଅନେକ ଚିନ୍ତାରେ ଚାଷୀ l ଏଣୁ ଜିଲ୍ଲା ପ୍ରଶାସନ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚାଷୀ ମହଲ ଦାବି କରିଛନ୍ତି।

Leave A Reply

Your email address will not be published.