ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀ ମେନ୍ ରୋଡ୍ ଠାରେ ଏକ କାର୍ ଟ୍ୟାଙ୍କର କୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବେଲଗୁଣ୍ଠାରୁ ବାଲିପଦର ପଟକୁ ଯାଉଥିବା ଏ.ଆର୍.ଏସ୍.ଏସ୍ କମ୍ପାନୀର ଏକ ବୋଲେରୋ ତେଲ ଟ୍ୟାଙ୍କର (ଓଡି୩୩ଭି୯୯ ୨୦)କୁ ବିପରୀତ ଦିଗରୁ ଦିଗରୁ ଆସୁଥିବା ଦ୍ରୁତ ଗତିରେ ଆସୁଥିବା ଏକ ମାରୁତି ଡିଜାଇର୍ (ଓଡି୦୨ଡିଏକ୍ସ୍୦୦୨୩) ପଛ ପଟ ଚକାରେ ଜୋର୍ ରେ ଧକ୍କା ଦେଇଥିଲା ଏବଂ ତେଲ ଟ୍ୟାଙ୍କର ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଯାହା ଫଳରେ କି ଟ୍ୟାଙ୍କର ରେ ଥିବା ତେଲ ତଳେ ପଡି ଭାସିଥିଲା ।ଖବର ପାଇ ବେଲଗୁଣ୍ଠା ଥାନା ଏସ୍.ଆଇ ନାରାୟଣ ନାୟକ ଓ ଏ.ଏସ୍.ଆଇ ଅନୁ ମଳିକ ପହଞ୍ଚି ଗାଡି ଦୁଇଟିକୁ ଉଦ୍ଧାର କରିଥିଲେ ।ଜେସିବି ସାହାଯ୍ୟରେ ଟ୍ୟାଙ୍କରକୁ ସଳଖ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍ ଟିକୁ ରାସ୍ତା କଡକୁ ଟାଣି ନିଆଯାଇଥିଲା ।କାର୍ ଡ୍ରାଇଭର୍ ପ୍ରଚୁର ମଦ ପିଇଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ବେଲଗୁଣ୍ଠା ଥାନାରେ କାର୍ ଡ୍ରାଇଭର୍ ଅଟକ ଥିବା ଓ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।ବେଲଗୁଣ୍ଠା ପୋଲିସ ଘଟଣାର ତଦନ୍ତ କରୁଛି ।
Sign in
Sign in
Recover your password.
A password will be e-mailed to you.