ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଏକ ପାଠଚକ୍ର ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ତଥା ଗବେଷକ ଡ.ରତ୍ନ ସାଗର ମଳିକ ମଞ୍ଚାସୀନ ଥିବା ବେଳେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ଜେନା,ବିଶ୍ୱରଞ୍ଜନ ସ୍ୱାଇଁ ଏବଂ ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ I ଶିକ୍ଷା ବିଭାଗୀୟ ମୁଖ୍ୟ ଅଧ୍ୟାପିକା ପିଙ୍କି ପାତ୍ର ପାଠଚକ୍ରକୁ ପରିଚାଳନା କରିଥିଲେ I ଛାତ୍ରୀ ଜୟଶ୍ରୀ ଗୌଡ଼ ଶିକ୍ଷା ‘ମନୋବିଜ୍ଞାନ’ ଶୀର୍ଷକ ପାଠଚକ୍ର ପାଠ କରିଥିଲେ I ସମସ୍ତ ଅତିଥି ଶିକ୍ଷା ଏବଂ ମନୋବିଜ୍ଞାନ ସମ୍ପର୍କରେ ନିଜର ମତ ପ୍ରଦାନ କରିଥିବା ବେଳେ ଆଲୋଚନାରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଅଧ୍ୟାପିକା ପିଙ୍କି ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post
Next Post