ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ

6

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି (ଶୁକ୍ରବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡ଼ଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରଶି ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ କରିଥିଲେ। ଏହି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନରେ ଜିଲ୍ଲାରେ ମୋଟ ୩୭୪ ଜଣଙ୍କୁ ବିବାହ , ପ୍ରସୂତି , ମୃତ୍ୟୁ ଓ ଅନ୍ତିମ ସଂସ୍କାର ଭଳି ବିଭିନ୍ନ ସୁବିଧା ବଣ୍ଟନ କରାଯାଇଛି। ସେଥି ମଧ୍ୟରେ DBT ମୋଡ ମାଧ୍ୟମରେ ହିତାଧୀକାରୀ ମାନଙ୍କ ଆକାଉଣ୍ଟ କୁ ୧ କୋଟି ୬୩ ଲକ୍ଷ ୬ ହଜାର ୨୦୦ ଶହ ଟଙ୍କା ସିଧାସଳଖ ପଠାଯାଇଛି।
ଯାହା ମୃତ୍ୟୁ କାଳୀନ ସହାୟତା ବାବଦକୁ ୯୨ ଲକ୍ଷ ଟଙ୍କା ୪୭ ଜଣଙ୍କୁ ଦିଆଯଛି ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବାବଦକୁ ୪୫ ଜଣଙ୍କୁ ୨ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି ଓ ବିବାହ କାଳୀନ ସହାୟତା ବାବଦକୁ ୫୦ ଜଣଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି , ପ୍ରସୂତି ସହାୟତା ବାବଦକୁ ୪୭ ଜଣଙ୍କୁ ୪ ଲକ୍ଷ ୭୦ ହଜାର ଟଙ୍କା ଓ ଶିକ୍ଷା ସହାୟତା ରାଶି ୧୨ ଲକ୍ଷ ୪୧ ହଜାର ୨୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା , ସହକାରୀ ଶ୍ରମ ଅଧିକାରୀ ଶ୍ରୀ ମଦନ ମୋହନ ଟୁଡୁ , ଶ୍ରୀ ଅମିତ କୁମାର ନାୟକ , ଶ୍ରୀ ସୁକାନ୍ତ କୁମାର ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ଅନ୍ୟ ଶ୍ରମ ବିଭାଗୀୟ କର୍ମଚାରୀ ଓ ନିର୍ମାଣ ଶ୍ରମିକ ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.