କଟନୀ ଛଟନୀ ପାଇଁ ରାସ୍ତା ଖୋଲୁଛି, ଜଟିଳ କ୍ରୟ ବ୍ୟବସ୍ଥା

6

୨୦ରୁ ଖୋଲିଲାଣି ମଣ୍ଡି, ଆରମ୍ଭ ହୋଇନି ଧାନ କ୍ରୟ 

ବିଜେପୁର, ସୁଶାନ୍ତ ସାହୁ : ଧାନ ମଣ୍ଡି ଖୋଲିବାର ୧୦ ଦିନ ବିତି ଯାଇଥିଲେ ହେଁ ବିଜେପୁର ବ୍ଲକର କୌଣସି ମଣ୍ଡିରେ ଏଯାଏଁ ଧାନ କ୍ରୟ ଆରମ୍ଭ ହୋଇନାହିଁ ପ୍ରାପ୍ତ ସୂଚନାନୁସାରେ ବିଜେପୁର ସମବାୟ ସମିତି ପକ୍ଷରୁ ଜାରିଂ, ବୁଡ଼ାପାଲି, କେଉଟିପାଲି, ସମଲେଇପଦର, ଲାଉମୁଣ୍ଡା ସମବାୟ ସମିତି ପକ୍ଷରୁ ଭଟିଗାଁ, ଲାଉମୁଣ୍ଡା, ସାଇପାଲି ସମିତି ପକ୍ଷରୁ ବଡ଼ବ୍ରାହ୍ମଣୀ, ସାଇପାଲି ଏମ୍. ଶ୍ରୀଗିଡ଼ା ସମବାୟ ସମିତି ପକ୍ଷରୁ ବଲଣ୍ଡା, କେଉଟିପାଲି, ତାଳପଦରରେ ମଣ୍ଡି ଖୋଲାଯାଇଛି ସେହିପରି ବଡ଼ବାଉଁଶେନର ଖରମୁଣ୍ଡା, ଅର୍ଡ଼lରେ ବି ମଣ୍ଡି ହୋଇଛି କିନ୍ତୁ ୧୦ ଦିନ ପରେ ବି ଏ ଯାଏ ଠିକ୍ ଭାବେ ମଧ୍ୟ ପ୍ରସ୍ତୁତ ହୋଇପାରି ନାହିଁ। ପୁଣି ଯେଉଁ ଚାଷୀଙ୍କ ଟୋକନ ଆସିଛି ସେମାନେ ଧାନ ଅମଳ କରି ସାରି ନଥିବା ବେଳେ ଯେଉଁମାନେ ଅମଳ କରି ସାରିଲେଣି ତାଙ୍କ ଟୋକନ ଆସିନାହିଁ ଅନ୍ୟପଟେ ସେଟେଲାଇଟ ସର୍ଭେ କାରଣରୁ ଅଧିକ ଜମି ଚାଷ କରିଥିବା ଚାଷୀର କମ ପରିମାଣ ଟୋକନ ଆସିଥିବା ବେଳେ, କମ ଜମି ଚାଷ କରିଥିବା ଚାଷୀଙ୍କ ଅଧିକ ପରିମାଣ ଧାନ ବିକିବାକୁ ଟୋକନ ଆସିଛି ତେଣୁ ଟୋକନ ବ୍ୟବସ୍ଥାରେ ଅନିୟମିତା ଯୋଗୁ ଚାଷୀମାନେ ଆଶଙ୍କା ମଧ୍ୟରେ ରହିଛନ୍ତି ଜଣେ ଚାଷୀ ଅନ୍ୟର ଟୋକନ ବ୍ୟବହାର କରି ଧାନ ବିକିବେ କିମ୍ବା ସିଧାସଳଖ ବେପାରୀଙ୍କ ଦ୍ବାରସ୍ଥ ହେବା ଏକ ପ୍ରକାର ନିଶ୍ଚିତ ଏଭଳି ସ୍ଥିତିରେ ୮୦୦ ଟଙ୍କା ବୋନସ ଉପରେ ସଭିଙ୍କ ଆଖି ଟୋକନଧାରୀ ଓ ଧାନ ବିକ୍ରୟ କରୁଥିବା ଚାଷୀ କିଏ କେତେ ଭାଗ କରିବେ ସେ ନେଇ ମୁଲଚାଲ ଚାଲିଲାଣି ଯଦ୍ବାରା ଦଲାଲରାଜ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ଦ୍ଵିତୀୟରେ ଗ୍ରେନ ଏନାଲାଇଜର,ପେଡ଼ି କ୍ଲିନର ଆଦି ମେସିନ ର ଏଭଳି ଶୈଳୀରେ ପ୍ରସ୍ତୁତ ହୋଇଛି ଯେ ଅଧିକାଂଶ ଧାନ ଏଫ୍ଏକ୍ୟୁ ମାନର ହୋଇପାରିବ ନାହିଁ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି ତେଣୁ ଏହା କଟନି ଛଟନି ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି ଗୋଟିଏ ପଟେ କଟନି ଛଟନି ବନ୍ଦ କରାଯିବ ବୋଲି ସରକାର କହୁଥିବା ବେଳେ ଅନ୍ୟପଟେ ଧାନକ୍ରୟ ବ୍ୟବସ୍ଥାକୁ ଏଭଳି ଜଟିଳ କରାଯାଇଛି ଯେ ଚାଷୀ ବାଧ୍ୟ ହୋଇ କଟନି ଛଟନିର ସାମ୍ନା କରିବା ଫଳରେ ବାଟମାରଣା, ଦଲାଲରାଜ ବୃଦ୍ଧି ପାଇବ ଚାଷୀ ମଧ୍ୟ ଏଫଏକ୍ୟୁ ମାନର କରିବାକୁ ଅମଳ ପରେ ଧାନକୁ ଖରାରେ ଶୁଖାଇବା, ପଙ୍ଖା ଲଗାଇ ସଫା କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ମଣ୍ଡି ମାଧ୍ୟମରେ ଧାନ ଉପଯୁକ୍ତ ସମୟରେ କ୍ରୟ କରାନଗଲେ ଚାଷୀ ବାଧ୍ୟ ହୋଇ ଦଲାଲ ଓ ବେପାରୀଙ୍କ ଦ୍ୱାରସ୍ଥ ହେବା ଆଶଙ୍କା ଦେଖାଦେଇଛି ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି l

Leave A Reply

Your email address will not be published.