ଖଲ୍ଲିକୋଟ ରୁ ଶିବରାମ ଜେନା, ଶାସକ ପ୍ରଶାସକ-ରାଜ୍ୟସରକାର ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ଶିକ୍ଷାଧିକାରୀ ଖଲ୍ଲିକୋଟ ଙ୍କ ଚିଠି -୨୯୨୪ ତା -୨୬.୧୧.୨୦୨୪ ପ୍ରକାରେ ଶିକ୍ଷକମାନଙ୍କର ସମ୍ବଳ ବିକାଶ ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ “ପ୍ରୟୋଗ ” ତାଲିମ୍ ଏବଂ ଷଷ୍ଠଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ “STARS” ତାଲିମ ପ୍ରଦାନକରିବା ନିମନ୍ତେ ବ୍ୟବସ୍ଥା ଥିଲେ ମଧ୍ୟ ଖଲ୍ଲିକୋଟ ବ୍ଳକରେ ତାର ଓଲଟା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି | । ଶିକ୍ଷକ ମାନଙ୍କୁ ଠିକ୍ ସମୟରେ ତାଲିମ ନଦେଇ ଖାଆ ଖାଆ ଭଣ୍ଡାରିଆ ମୁଣ୍ଡ ଖାଆ – ଶିକ୍ଷକ ମାରଣ ନୀତି ଆପଣେଇ ଖଲ୍ଲିକୋଟ ବ୍ଳକର ଗୋଷ୍ଠୀ ଶିକ୍ଷାଧିକାରୀ ଓ ବିଆରସିସି ଜୋର ଜବରଦସ୍ତ ଶିକ୍ଷକମାନଙ୍କୁ ଓଲଟପାଲଟ କରି ଉଚ୍ଚପ୍ରାଥମିକ ତାଲିମରେ ପ୍ରାଥମିକ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ତାଲିମ ରେ ଉଚ୍ଚପ୍ରାଥମିକ ଶିକ୍ଷକଙ୍କୁ ତାଲିମ୍ ରେ ଭର୍ତ୍ତିକରିବା ଉଦ୍ଦେଶ୍ୟ କ’ଣ ଥାଇପାରେ ବୋଲି ସାଧାରଣରେ ଅଭିଯୋଗ ଓ ପ୍ରଶ୍ନ ଉଠିଛି । ଯଦି ପ୍ରାଥମିକ ଶିକ୍ଷକଙ୍କୁ ଉଚ୍ଚପ୍ରାଥମିକ ତାଲିମ ଦିଆଯାଏ ତେବେ ଉକ୍ତ ଶିକ୍ଷକ ପ୍ରାଥମିକ ଶିକ୍ଷାର୍ଥୀଙ୍କୁ କଣ ବା ଶିକ୍ଷା ପ୍ରଦାନ କରିବେ ଆପଣମାନେ ଏହା ସହଜରେ ଅନୁମେୟ କରିପାରିବେ। ବର୍ତ୍ତମାନ ଏହିପରି ବ୍ୟମ୍ବାର ତାଲିମ କାଯାଉଥିଲେ ମଧ୍ୟ ଶିକ୍ଷକମାନଙ୍କୁ ତାଲିମର TA, DA, CA, କୌଣସି ଅର୍ଥ ମିଳୁ ନାହିଁ। ପ୍ରତ୍ୟେକ ଶିକ୍ଷକଙ୍କୁ ତାଲିମ ଶିବିରରେ ଶିକ୍ଷଣ ଉପକରଣ ପ୍ରସ୍ତୁତି ପାଇଁ୫୦ ଟଙ୍କା ଆସୁଥିଲେ ମଧ୍ୟ କୌଣସି ଶିକ୍ଷଣ ଉପକରଣ ପ୍ରସ୍ତୁତ ହେବାର ନଜିର ନାହିଁ। ସରକାରଙ୍କ ଚିଠି ପ୍ରକାରେ ପ୍ରତ୍ୟେକ ତାଲିମ କେନ୍ଦ୍ରରେ unit cost ସମସ୍ତଙ୍କ ଗୋଚ଼ରାର୍ଥେ କାନ୍ଥରେ ଟାଙ୍ଗିବା କଥା କିନ୍ତୁ କରାଯାଉ ନାହିଁ କାହିଁକି? ଯଦି ଏହିପରି ସରକାରଙ୍କ ଅର୍ଥକୁ ଆତ୍ମସାତ କରାଯାଏ ତାହ|ହେଲେ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି କିପରି ହେବ ଏହା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିପାଇଁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଓ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟିଦେବାକୁ ଜନସାଧାରଣରେ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.
Next Post