ବିଜେପୁର ରେଡ଼ିଏନ୍ସ କଲେଜର ପଞ୍ଚମତମ କ୍ରୀଡା ସମାରୋହ ଉଦଘାଟନ

6

 ବିଜେପୁର :ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ଉଠିଥିବା ରେଡିଏନ୍ସ କଲେଜର ବାର୍ଷିକ କ୍ରିଡ଼ା ସମାରୋହ ମହାସମାରୋହରେ ପାଳନ ହେଉଛି।ଏ ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜିତ କୁମାର ମେହେର ମୁଖ୍ୟ ଅତିଥି,ସମ୍ମାନୀତ ଅତିଥି ଭାବରେ ରେଡିଏନ୍ସ କଲେଜର ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର,ଏକାଡେମିକ ଡାଇରେକ୍ଟର ଗୋବିନ୍ଦ ମେହେର,ଏଡମିଷ୍ଟେଟିଭ ଡାଇରେକ୍ଟର ନେତ୍ରମଣୀ ମେହେର,ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର,ଉପାଧ୍ୟକ୍ଷ ସଞ୍ଜୟ ବାରିକ ଯୋଗଦାନ କରି ବାର୍ଷିକ କ୍ରିଡ଼ା ସମରୋହରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ମଣିଷ ପାଇଁ କ୍ରୀଡାର ମହତ୍ୱ ଉପରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମେହେର କ୍ରିଡ଼ା ସମାରୋହ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏଥିରେ ନର୍ସରୀ ରୁ ଆରମ୍ଭ କରି +୨ ପ୍ରଥମ ଓ  ଦ୍ୱିତୀୟ ବର୍ଷରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ କ୍ରୀଡ଼ାରେ ଭାଗ ନେଇ ତାଙ୍କ ପାରଦର୍ଶିତା ପ୍ରଦର୍ଶନ କରିବେ।ଏହି କାର୍ଯ୍ୟକ୍ରମ ଦୀର୍ଘ ତିନି ଦିନଧରି ଅନୁଷ୍ଠିତ ହେବ ବୋଲି ଉପାଧ୍ୟକ୍ଷ ଶ୍ରୀ ବାରିକଙ୍କ ଠାରୁ ପ୍ରକାଶ।ଏହି ସମାରୋହରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଙ୍କ ସହିତ ଖେଳ ଶିକ୍ଷକ ସୁବ୍ରତ କୁମାର ବାରିକ,ବିଶ୍ବମ୍ବର ପଧାନ,ସରୋଜ ପୁରୋହିତ ପ୍ରମୁଖ ପରିଚାଳନା କରୁଛନ୍ତି।ଓଡ଼ିଆ ଅଧ୍ୟାପକ ପ୍ରଫୁଲ୍ଲ ପଧାନଙ୍କ ତତ୍ବାବଧାନରେ ଛାତ୍ର ଅର୍ମାନ ଭୋଇ , ଯୁଧିଷ୍ଠିର ବୁଡେକ୍, କିଶାନ ଗଡତିଆ, ମୁକେଶ ମେହେର , ପ୍ରତ୍ୟୁଷ ମେହେର ଓ ଛାତ୍ରୀ ମାନିନୀ ମେହେର ,ପ୍ରତୀକ୍ଷା ପଧାନ, ଗିତାଶ୍ରୀ,ସଂଯୁକ୍ତା ମେହେରଙ୍କ ସହ ଅନେକ ସ୍ଵଂୟ ସେବକ ମାନେ କ୍ରୀଡା ପ୍ରତିଯୋଗିତା ରେ ଅତି ସୁନ୍ଦର ଭାବରେ କାର୍ଯ୍ୟ କରୁଛନ୍ତି। ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅତି ଉତ୍ସାହିତ ଓ ଶୃଙ୍ଖଳିତ ସହିତ ଖେଳରେ ପ୍ରଦର୍ଶନ ଦେଖାଉଛନ୍ତି।

Leave A Reply

Your email address will not be published.